ଭୁବନେଶ୍ବର ୮।୮: କଲେଜରୁ କ୍ରୀଡ଼ା ପ୍ରତିଭା ଖୋଜିବେ ସରକାର । ଯୁକ୍ତ ଦୁଇ କଲେଜରେ କ୍ରୀଡ଼ା ପ୍ରତିଯୋଗିତା କରିବେ ରାଜ୍ୟ ସରକାର ।ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ହେବ କ୍ରୀଡ଼ା ପ୍ରତିଯୋଗିତା । ଏନେଇ ସମସ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚିଠି କରାଯାଇଛି । ୧୯ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ ହେବ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା । କବାଡି, ଖୋ ଖୋ, ଫୁଟବଲ, ହକି ଭଳି ୩୫ଟି ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୩ ମାସ ଧରି ଚାଲିବ ଏହି କ୍ରୀଡ଼ା ପ୍ରତିଯୋଗିତା ।
You Can Read:
ମାଓବାଦୀ ପାଳନ କଲେ ସହିଦ ସପ୍ତାହ, ଭିଡିଓ ଜାରି କରି ଲଗାଇଲେ ବ୍ୟାନର ଓ ପୋଷ୍ଟର