ଭୁବନେଶ୍ବର: ଦୁର୍ନୀତି ରୋକିବାକୁ ସରକାରଙ୍କ ନୂଆ ପ୍ରୟାସ। ଏଣିକି ସବୁ ସରକାରୀ ପ୍ରକଳ୍ପର ତଥ୍ୟ ଗୋଟିଏ ସ୍ଥାନରେ ହେବ ଉପଲବ୍ଧ। ସବୁ କାମର ହେବ ଓ୍ବାର୍କ ପାସବୁକ। ମୋବାଇଲରେ କରିହେବ ଆକ୍ସେସ। ସୋମବାର ଏହି ନୂଆ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ତେବେ ଏହି ନୂଆ ପଦକ୍ଷେପ ଅନୁଯାୟୀ, ଏଣିକି ସବୁ ସରକାରୀ ପ୍ରକଳ୍ପର ୱାର୍କ ପାସବୁକ୍ ହେବ। ଯାହା ମୋବାଇଲ ଦ୍ବାରା ଆକ୍ସେସ କରିହେବ। ଏଥିରେ ଗୋଟିଏ ପ୍ରକଳ୍ପର ସମସ୍ତ ତଥ୍ୟ ମହଜୁଦ ରହିବ। ପ୍ରକଳ୍ପ ପାଇଁ କେତେ ବ୍ୟୟ ଅଟକଳ ହୋଇଛି ? ଅଟକଳ ହୋଇଥିବା କେତେ ଅର୍ଥ ଖର୍ଚ୍ଚ ହୋଇଛି ? ଖର୍ଚ୍ଚ ହୋଇଥିବା ଟଙ୍କା ଅନୁଯାୟୀ ପ୍ରକଳ୍ପ କାମ କେତେ ସରିଛି ? ତାହା ମଧ୍ୟ ଉଲ୍ଲେଖ ରହିବ। ତେଣୁ ଏହି ପାସବୁକ ଦ୍ବାରା ସ୍ବଚ୍ଛତା ଆସିବ। ଦୁର୍ନୀତି କରୁଥିବା ଅଧିକାରୀ ଏଥିରୁ ବଞ୍ଚିପାରିବେ ନାହିଁ। ପ୍ରଥମ ପର୍ଯ୍ୟାୟର ପୂର୍ତ୍ତ ବିଭାଗର ଏହା ଲାଗୁ କରାଯିବ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।