ଅପରେସନ ସିନ୍ଦୂର: ‘X’କୁ ଭାରତ ସରକାରଙ୍କ ଆଦେଶ, ୮ ହଜାର ଆକାଉଣ୍ଟ ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ଏବଂ ପାକିସ୍ତାନର ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରି ବନ୍ଦ କରିବା ପାଇଁ ଭରତ ସରକାର ଏବେ ଡିଜିଟାଲ ଷ୍ଟାଇକ୍ କରିଛନ୍ତି।ଭାରତ ସରକାର ଏକ୍ସକୁ ପାକ୍ ସମର୍ଥିତ ୮ ହଜାରରୁ ଅଧିକ ଆକାଉଣ୍ଟ ବ୍ଲକ୍ କରିବାକୁ ଆଦେଶ ଦେଇଛନ୍ତି। 

ଭାରତର ଏହି କାର୍ଯ୍ୟାନୁଷ୍ଠାନ ସେହି ଟ୍ବିଟର ଆକାଉଣ୍ଟସକୁ ନେଇ କରିଛି, ଯେଉଁମାନେ ଲଗାତାର ମିଥ୍ୟା ଖବର ତଥା ଉତ୍ତେଜନାମୂଳକ ଖବର ପ୍ରସାର କରୁଛନ୍ତି। ଯାହା ଭାରତ- ପାକିସ୍ତାନ ସୀମାରେ ପୂର୍ବରୁ ହିଁ ଅସ୍ଥିର ସ୍ଥିତିକୁ ଆହୁରି ବଢ଼ାଇପାରେ। 

ପ୍ରତିବନ୍ଧକ କରାଯାଇଥିବା ଅନେକ ଏକ୍ସ ଆକାଉଣ୍ଟସ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ମିଥ୍ୟା ରିପୋର୍ଟ ପ୍ରସାରଣ କରିବା, ହିଂସାକୁ ବଡ଼ କରି ଦେଖାଇବା ଆଉ ଭାରତ ବନାମ ପାକିସ୍ତାନ ଯୁଦ୍ଧକୁ ଭୁଲ ଭାବରେ ଦେଖାଇବା ସାମିଲ ରହିଛି। ଏଭଳି କରିବାର ଉଦ୍ଦେଶ୍ୟ ଲୋକଙ୍କ ରାୟକୁ ପ୍ରଭାବିତ କରିବା ଏବଂ ଭାରତ ଭିତରେ ଅଶାନ୍ତି ସୃଷ୍ଟି କରିବା।




  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.