ରାଉରକେଲା ୧୨।୭: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଚୂନ ପଥର ବୋଝେଇ ମାଲଗାଡ଼ିରେ ୫୯ ୱାଗନ ଥିବାବେଳେ ଲାଇନଚ୍ୟୁତ ହୋଇଛି । ଫଳରେ ମାଲବାହୀ ଟ୍ରେନର ୨୦ ୱାଗନ ଖସିଯାଇଛି ରେଳଧାରଣାରୁ । ବୀରମିତ୍ରପୁର ବିଶ୍ରା ଷ୍ଟୋନ ଲାଇମ୍ ଲିମିଟେଡ଼ର ଚୂନ ପଥର ଖଣିରୁ ଚୂନ ପଥର ବୋଝେଇ ହୋଇ ପଶ୍ଚିମବଙ୍ଗର ଦୁର୍ଗାପୁର ଯାଉଥିବା ବେଳେ ବୀରମିତ୍ରପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି । ଲାଇନଚ୍ୟୁତ ହେବାର ୫ ଘଣ୍ଟା ବିତିଯାଇଥିଳେ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଅନ୍ୟପଟେ ବରସୁଆଁ ବୀରମିତ୍ରପୁର ପାସେଞ୍ଜର ଟ୍ରେନ୍ ସନ୍ଧ୍ୟାରେ ବୀରମିତ୍ରପୁରରେ ପହଞ୍ଚିବାରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି ।
You Can Read:
ଢେଙ୍କାନାଳରେ ମଦ ମୃତ୍ୟୁ ଅଭିଯୋଗ : ବିଷାକ୍ତ ଦେଶୀ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଓ ୩ ଗୁରୁତର