ମାଙ୍କଡ ଭିଡିଓ ସେୟାର କରି ଓବାମାଙ୍କୁ ପରିହାସ କଲେ ଟ୍ରମ୍ପ, ସୋସିଆଲ ମିଡିଆରେ ଟ୍ରୋଲ ହେଲେ ରାଷ୍ଟ୍ରପତି

NEWS7
gold-prices-cool-from-record-high-in-23-april-2025

ୱାସିଂଟନ ୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ପୂର୍ବତନ ଡେମୋକ୍ରାଟିକ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପତ୍ନୀ ମିସେଲ ଓବାମାଙ୍କୁ ମାଙ୍କଡ ରୂପେ ଦେଖାଇଛନ୍ତି। ଟ୍ରମ୍ପ ୫ ଫେବୃଆରୀ ଗୁରୁବାର ଏହି ଭିଡିଓ ଟ୍ରୁଥ ସୋସାଲରେ ସେୟାର କରିଥିଲେ। ଏହି ଭିଡିଓରେ ସେ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ଼ ଧରଣର ଗଡ଼ବଡ଼ କରାଯାଇଥିବାର ଉଲ୍ଲେଖ କରିଛନ୍ତି।

ଡାନାଲ୍ଡ ଟ୍ରମ୍ପ ବାଲଟ ଗଣତି କରିଥିବା କମ୍ପାନୀ ଡୋମିନିୟନ ଭୋଟିଂ ସିଷ୍ଟମ ବିରୋଧରେ ଅଭିଯୋଗ କରିଛନ୍ତି ଯେ ଏହି କମ୍ପାନୀ ଓବାମାଙ୍କ ଡେମୋକ୍ରାଟିକ ପାର୍ଟି ସହ ମିଶି ତାଙ୍କ ୨୦୨୦ ନିର୍ବାଚନରେ ବିଜୟକୁ ଛଡାଇନେବାରେ ସହାୟତା କରିଥିଲା। ଟ୍ରମ୍ପ ସେୟାର କରିଥିବା ଭିଡିଓର ବ୍ୟାକ୍ ଗ୍ରାଉଣ୍ଡରେ ‘ଦି ଲାୟନ ସ୍ଲିପ ଟୁ ନାଇଟ’ ଗୀତ ବାଜୁଥିବାର ଶୁଣା ଯାଉଛି। ଏହି ଭିଡିଓ ଶେଷରେ ବାରାକ ଓବାମା ଓ ତାଙ୍କ ପତ୍ନୀ ମିସେଲ ଓବାମାଙ୍କ ମୁହଁ ସହ ମାଙ୍କଡ ଛବି ମାତ୍ର ଏକ ସେକେଣ୍ଡ ପାଇଁ ଦେଖାଯାଇଛି।

ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରି ବିଶ୍ୱ ନେତାଙ୍କୁ ପରିହାସ କରିଛନ୍ତି। ଟ୍ରମ୍ପ ଗତବର୍ଷ ଏଆଇରେ ଏକ ଭିଡିଓ ତିଆରି କରିଥିଲେ। ଏଥିରେ ବାରାକ ଓବାମାଙ୍କୁ ଓଭାଲ ଅଫିସରୁ ଗିରଫ ହେଉଥିବା ଓ ନାରଙ୍ଗି ଜମ୍ପସୁଟରେ ଜେଲ ହାଜତରେ ଥିବାର ଦେଖାଇଥିଲେ। କାଲିଫର୍ଣ୍ଣିୟା ଗଭର୍ଣ୍ଣର ଗ୍ୟାଭିନ ନ୍ୟୁଜୋମ ଯିଏ ଟ୍ରମ୍ପଙ୍କ ଜଣାଶୁଣା ସମାଲୋଚକ ତଥା ୨୦୨୮ରେ ଡେମୋକ୍ରାଟିକ ରାଷ୍ଟ୍ରପତି ପଦର ସମ୍ଭାବିତ ପ୍ରାର୍ଥୀ ଟ୍ରମ୍ପଙ୍କ ଏହି ପୋଷ୍ଟର ସମାଲୋଚନା କରିଛନ୍ତି।

ସେ କହିଛନ୍ତି ରିପବ୍ଲିକାନ ନେତାଙ୍କ ଏପରି ଆଚରଣ ଅତ୍ୟନ୍ତ ଘୃଣ୍ୟ। ବାରାକ ଓବାମାଙ୍କ ପୂର୍ବତନ ଶୀର୍ଷ ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ତଥା ନିକଟତମ ବେନ ରୋଡସ କହିଛନ୍ତି ଯେ ଟ୍ରମ୍ପଙ୍କୁ ଇତିହାସରେ ଏକ ଛାପ ଭାବେ ଦେଖାଯିବ।