ଇରାନ୍ ଟାର୍ଗେଟରେ ବିଶ୍ୱର ସବୁଠୁ ବଡ ତୈଳ ରିଫାଇନାରୀ, ଡ୍ରୋନ୍ ଆଟାକରେ ‘ଆରାମକୋ’ ଧ୍ୱଂସ

NEWS7
girl-5-murdered-after-attempted-rape-in-karnataka-accused-killed-in-encounter

ତେହରାନ, ୦୨ /୦୩: ତୈଳ ରିଫାଇନାରୀକୁ ଇରାନର ଟାର୍ଗେଚ୍ । ଦୁବାଇରେ ଥିବା ବିଶ୍ୱର ସବୁଠୁ ବଡ ତୈଳ ରିଫାଇନାରୀ ଆରାମକୋକୁ ଇରାନ୍ ଟାର୍ଗେଟ୍ କରିଛି । ଏହା ହେଉଛି ସାଉଦି ଆରବର ସରକାରୀ ତୈଳ କମ୍ପାନୀ । ଆକ୍ରମଣ ପରେ କମ୍ପାନୀ ନିଜର ରାସ୍ ତନୁରା ରିଫାଇନାରୀକୁ ବନ୍ଦ କରିଦେଇଛି । ଯାହା ପରେ ଅଶୋଦ୍ଧିତ ତୈଳ ଦର ୯.୩୨ ପ୍ରତିଶତ ବଢିଯାଇଛି ।

ରୟଟର୍ସ ରିପୋର୍ଟ ଅନୁସାରେ, ଆରାମକୋର ରାସ୍ ତନୁରାକୁ ବନ୍ଦ କରି ଦିଆଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ସୋମବାର ସକାଳେ ଏଠାରେ ଇରାନ ପକ୍ଷରୁ ମିସାଇଲ୍ ଏବଂ ଡ୍ରୋନ୍ ମାଡ କରାଯାଇଥିଲା । ତେବେ ଆକ୍ରମଣ ପରେ କଣ କ୍ଷୟକ୍ଷତି ହୋଇଛି ଏବଂ କେତେ ଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

ସାରା ବିଶ୍ୱରେ ଅଶୋଦ୍ଧିତ ତୈଳ ଦର ବଢିଲାଣି । ଇରାନ ଉପରେ ଆକ୍ରମଣ ପରେ କ୍ରୁଡ୍ ଅଏଲ୍ ଗତ ୪ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଁଚିଛି । ଷ୍ଟ୍ରେଟ୍ ଅପ୍ ହରମୋଜ୍ ବନ୍ଦ ପରେ ଦାମ୍ ବଢିଛି । ଏହି ଷ୍ଟ୍ରେଟ୍ ବା ସାମୁଦ୍ରିକ ପଥ ଦେଇ ପ୍ରତିଦିନ ହଜାର ହଜାର ତୈଳ ଜାହାଜ ଯିବା ଆସିବା କରନ୍ତି । ଏହା ବନ୍ଦ ହେଲା ପରେ ଅନେକ ଦେଶରେ ତୈଳ ସଙ୍କଟ ସୃଷ୍ଟି ହୋଇପାରେ । ଜାହାଜ ମାଲିକମାନେ ହରମୋଜ୍ ଷ୍ଟ୍ରେଟ୍ ଦେଇ ଯିବାକୁ ରାଜି ନାହାଁନ୍ତି ।

ସୂଚନାଯୋଗ୍ୟ, ଆମେରିକା-ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଇରାନ ସୁପ୍ରିମ ଲିଡର୍ ଖାମେନି ପ୍ରାଣ ହରାଇଛନ୍ତି । ଯାହା ପରେ ତେହରାନ ସାଉଦି, କତାର, ୟୁଏଇ, କୁଏତ ଏବଂ ବାହାରିନ ଉପରେ ଘନଘନ ମିସାଇଲ ମାଡ କରୁଛି ।