News7 Logo

ରିପୋର୍ଟରଙ୍କ ପ୍ରଶ୍ନରେ ରାଗିଗଲେ ଟ୍ରମ୍ପ, କହିଲେ- 'ଦଣ୍ଡ ପାଇବ ଭାରତ, ପର୍ଯ୍ୟାୟ କ୍ରମେ ଲାଗିବ କଟକଣା'

NEWS7
Trump lashes out at reporter

ନୂଆଦିଲ୍ଲୀ: ଆମେରିକା-ଭାରତ ବାଣିଜ୍ୟିକ ସମ୍ପର୍କ ଖରାପ ହେବାରେ ଲାଗିଛି। ଭାରତକୁ ଲାଗାତାର ଟାର୍ଗେଟ କରି ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ ପ୍ରାରମ୍ଭିକ କଟକଣା ଲଗାଇଛନ୍ତି ଭବିଷ୍ୟତରେ ଆହୁରି କଟକଣା ଲଗାଯାଇପାରେ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ। ସେ ଦାବି କରିଛନ୍ତି ଯେ ଏହି ପଦକ୍ଷେପ ଯୋଗୁଁ ମସ୍କୋ ଶହ ଶହ ବିଲିୟନ ଡଲାର ହରାଇସାରିଛି "ଦ୍ୱିତୀୟ ପର୍ଯ୍ୟାୟ" ଏବଂ "ତୃତୀୟ ପର୍ଯ୍ୟାୟ" କଟକଣା ଏବେ ବି ବିଚାରାଧୀନ ଥିବା ସେ କହିଛନ୍ତି

ଓଭାଲ ଅଫିସରେ ପୋଲାଣ୍ଡ ରାଷ୍ଟ୍ରପତି କାରୋଲ ନାୱରୋକିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ ସମୟରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ  ଆସିଛି। ଯେତେବେଳେ ଜଣେ ପୋଲାଣ୍ଡ ସାମ୍ବାଦିକ ତାଙ୍କୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ବିଷୟରେ ପ୍ରଶ୍ନ କରିଥିଲେ, ଟ୍ରମ୍ପ ସ୍ପଷ୍ଟ ଭାବରେ କ୍ରୋଧିତ ଦେଖାଯାଉଥିଲେ। ସାମ୍ବାଦିକ ପଚାରିଥିଲେ ଯେ ସେ ପୁଟିନଙ୍କ ପ୍ରତି ନିରାଶା ଏବଂ ହତାଶା ପ୍ରକାଶ କରିଛନ୍ତି କିନ୍ତୁ ଏହି ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ଏଥିରେ ଟ୍ରମ୍ପ ରାଗିଯାଇଛନ୍ତି

ଟ୍ରମ୍ପ୍ ସାମ୍ବାଦିକଙ୍କୁ କହିଥିଲେ, 'ଆପଣ କିପରି ଜାଣିଲେ ଯେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ଆପଣ କହିବେ କି ଏହା ଚୀନ୍ ବାହାରେ ସବୁଠାରୁ ବଡ଼ କ୍ରେତା ଭାରତ ଉପରେ ଦ୍ୱିତୀୟ ପ୍ରତିବନ୍ଧକ ଲଗାଇବା ସହିତ ପ୍ରାୟ ସମାନ? ଆପଣଙ୍କ କହିବେ କି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ଏହା ଦ୍ୱାରା ରୁଷ ଶହ ଶହ କୋଟି ଡଲାର କ୍ଷତି ହୋଇଛି। ଏହା କଣ କାର୍ଯ୍ୟାନୁଷ୍ଠାନ ନୁହେଁ କି? ମୁଁ ଏପର୍ଯ୍ୟନ୍ତ ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟ ସମାପ୍ତ କରିନାହିଁ। କିନ୍ତୁ ଯେତେବେଳେ ଆପଣ କହୁଛନ୍ତି ଯେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ, ମୁଁ ଭାବୁଛି ଆପଣ ଏକ ନୂ ଚାକିରି ଖୋଜିବା ଉଚିତ'

ଟ୍ରମ୍ପ୍ ଆହୁରି କହିଛନ୍ତି ଯେ ଭାରତକୁ ତାଙ୍କର ଚେତାବନୀ ସ୍ପଷ୍ଟ ଥିଲା। ସେ କହିଥିଲେ, 'ଦୁଇ ସପ୍ତାହ ପୂର୍ବରୁ ମୁଁ କହିଥିଲି ଯେ ଯଦି ଭାରତ ତେଲ କିଣେ, ତେବେ ଏହାର ବଡ଼ ସମସ୍ୟା ହେବ, ଏବଂ ଏହା ଘଟିଛି। ତେଣୁ ଏ ବିଷୟରେ ମୋତେ ପଚାରନ୍ତୁ ନାହିଁ'

ସେ ଚୀନ୍ ପରେ ଭାରତକୁ ରୁଷୀୟ ତୈଳର ସବୁଠାରୁ ବଡ଼ କ୍ରେତା ଭାବରେ ବର୍ଣ୍ଣନା କରିଥିଲେ ସୂଚିତ କରିଥିଲେ ଯେ ଯଦି ଭାରତ ମସ୍କୋରୁ ଶକ୍ତି ଆମଦାନୀ ଜାରି ରଖେ ତେବେ ଭାରତ ଅଧିକ ଦଣ୍ଡର ସମ୍ମୁଖୀନ ହୋଇପାରେ। ଆମେରିକା ନଭେମ୍ବର ପର୍ଯ୍ୟନ୍ତ ଚୀନ୍ ଉପରେ ଅତିରିକ୍ତ ଶୁଳ୍କକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି, ଯେତେବେଳେ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିଛି। ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଏବଂ ଭାରତ ଦ୍ୱାରା ରୁଷୀୟ ତୈଳ କ୍ରୟ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ​​​​​​​