ବନ୍ଧୁ ସାଜିଲା ବନ୍ଧୁର ବଇରୀ, ସାମାନ୍ୟ କଥାକୁ କେନ୍ଦ୍ରକରି କାଟିଦେଲା ସାଙ୍ଗର ତଣ୍ଟି

Published By : Prameya-News7 Bureau | April 18, 2024 IST

ଟାଙ୍ଗୀ ୧୮।୪: ବନ୍ଧୁ ସାଜିଲା ବନ୍ଧୁର ବଇରୀ । ସାଙ୍ଗ କାଟିଦେଲା ସାଙ୍ଗର ତଣ୍ଟି । ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ କଥା କଟାକଟି ହେଲା । ବାସ୍ ଏତିକିରେ ରାଗିପାଚି ଲାଲ୍ ହୋଇଗଲା ସାଙ୍ଗ । ନିକଟରେ ଥିବା ଏକ ଛୁରୀରେ ସାଙ୍ଗର ତଣ୍ଟି କାଟିଦେଲା । ଗୁରୁତର ଆହତ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ତଳେ ଗଡୁଥିବା ବେଳେ କିଛି ଲୋକ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମଙ୍ଗଳାଯୋଡି ଗ୍ରାମର କାରଟିଆ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡି ଗ୍ରାମର କାରଟିଆ ସାହିର ଚନ୍ଦା ବେହେରା ଓ ସମୀର ବେହେରା ଦୁହେଁ ଭଲ ସାଙ୍ଗ । ପୂର୍ବରୁ କିଛି କଥାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ କଥା କଟାକଟି ହୁଏ । ଏମିତି ଏକ କଥା କଟାକଟି ବେଳେ ଚନ୍ଦା ବେହେରା ହଠାତ ରାଗିପାଚି ଲାଲ୍ ହୋଇଗଲା । ନିକଟରେ ଥିବା ଏକ ଛୁରୀ ସାହାଯ୍ୟରେ ସମୀର ବେହେରାଙ୍କ ତଣ୍ଟି କାଟିଦେଲା । କେହି କିଛି ବୁଝିବା ଓ ଶୁଣିବା ପୂର୍ବରୁ ଆକ୍ରମଣକାରୀ ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।

You Can Read :

କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.