ଛାତ୍ରୀନିବାସରୁ ନିଖୋଜ ହୋଇଗଲେ ଚାରି ନବମଶ୍ରେଣୀ ଛାତ୍ରୀ, ୪୮ ଘଣ୍ଟା ପରେ ଉଦ୍ଧାର

NEWS7
free-health-camp-organized-by-sum-hospital-in-berhampur

ଦାରିଙ୍ଗବାଡ଼ି: ରାତିରେ ସ୍କୁଲ ଛାତ୍ରୀ ନିବାସରୁ ନିଖୋଜ ହୋଇଗଲେ ୪ ଛାତ୍ରୀ। ବହୁ ଖୋଜାଖୋଜି ପରେ ନିରାଶ ହୋଇ ଥାନାରେ ଅଭିଯୋଗ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଆଉ ଶେଷରେ ପୋଲିସ ସେହି ୪ ଛାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଘଟିଛି ଏହି ଅଘଟଣ।

ସୂଚନା ଅନୁସାରେ, ବୁଧବାର ରାତିରେ ସ୍କୁଲ ଛାତ୍ରୀ ନିବାସରୁ ଚାରି ଜଣ ନବମଶ୍ରେଣୀ ଛାତ୍ରୀ ପାଚେରୀ ଡେଇଁ କୁଆଡ଼େ ଚାଲିଯାଇଥିଲେ। ଏକଥା ଜାଣିବା ପରେ ସେମାନଙ୍କୁ ଖୋଜିବାକୁ ଅନେକ ଚେଷ୍ଟା କରିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ହେଲେ ବିଫଳ ହେବା ପରେ ଗୁରୁବାର ସନ୍ଧ୍ୟାରେ ଥାନାରେ ଦେଇଥିଲେ ଲିଖିତ ଅଭିଯୋଗ।

ପ୍ରଧାନ ଶିକ୍ଷକ ଅଜୟ ଜେନା ଅଭିଯୋଗକୁ ଭିତ୍ତ କରି ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଏକ ମାମଲା ରୁଜୁ କରି ଛାତ୍ରୀଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଆଉ ଛାତ୍ରୀମାନେ ଛାତ୍ରୀ ନିବାସ ଠାରୁ ୧୦ କିମି ରାସ୍ତା ଚାଲି ଚାଲି ବିରାଗାଡ଼ା ଗ୍ରାମରେ ଥିବା ସୂଚନା ପାଇଥଲା ପୋଲିସ।

ତେବେ ଏହି ଚାରିଜଣ ଛାତ୍ରୀ ରାତିରେ କିଭଳି ଏତେ ବାଟ ଚାଲି ଚାଲି ଗଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀ ନିବାସରେ ୩ଜଣ ମ୍ୟାଟ୍ରନ ରହୁଥିବା ବେଳ ଜଣେ ସୁପରିଟେଣ୍ଡେଣ୍ଟ ରହିଛନ୍ତି, ହେଲେ କିଭଳି କେମିତି କେହି ଜାଣି ପାରିଲେନି ତାହା ଏବେ ସାଧାରଣରେ ଏବେ ପ୍ରଶ୍ନ ସୃଷ୍ଟି କରିଛି ? ଛାତ୍ରୀଙ୍କ ସୁରକ୍ଷା ନେଇ ଏବେ ଅଭିବାବକ ମହଲରେ ତୀବ୍ର ଆଲୋଚନାର ବିଷୟ ପାଲଟିଛି । ଏନେଇ ଡବ୍ଲୁଇଓ ବିଶ୍ଵଜିତ ଜାଲ୍ଲୀଙ୍କୁ ପଚାରିବାରୁ ସେ ଏକଥାକୁ ହାଲୁକା ଭାବରେ ନେଇ ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ କରୁଥିବା ଜଣା ପଡ଼ିଛି। ଏତେ ବଡ଼ ଛାତ୍ରୀ ନିବାସରେ କିଭଳି ଏଭଳି ଘଟଣା ଘଟିଲା କେହି କେମିତି ଜାଣି ପାରିଲେନି । ତାହାର ଉତ୍ତର ମାଗୁଛନ୍ତି ଜନ ସାଧାରଣ । ଛାତ୍ରୀ ପାଚେରୀ ଡେଇଁ ଯିବାର ପଛରେ କଣ ରହସ୍ୟ ରହିଛି ତାହାର ତଦନ୍ତ ଜରୁରୀ ଥିବା ବେଳେ ଏଥିରେ କାହାର ଭୁଲ ଅଛି ତାହାର ତଦନ୍ତ ସାପେକ୍ଷ ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।