LIVE TV

ସଂଗୀତ ନାଇଟ୍‌ରେ ଧମାଲ କଲେ ପଲାଶ-ସ୍ମୃତି, ରୋମାଣ୍ଟିକ ଡ୍ୟାନ୍ସ ଦେଖି ଫ୍ୟାନ୍ସ ତାଜୁବ

NEWS7
free-health-camp-organized-by-sum-hospital-in-berhampur

ନୂଆଦିଲ୍ଲୀ ୨୩।୧୧; ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଓ ପଲାଶ ମୁଛଲ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହିଁଙ୍କ ବିବାହ ପୂର୍ବ ରୀତିନୀତି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶୁକ୍ରବାର ସେମାନଙ୍କର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶନିବାର ସଂଗୀତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହା ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସ୍ମୃତି ଏବଂ ପଲାଶ ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ "ସଲାମ-ଏ-ଇସ୍କ" ର ଗୀତ "ତେନୁ ଲେ କେ ମୈଁ ଜୱାଙ୍ଗା" ରେ ଏକ ରୋମାଣ୍ଟିକ ଡ୍ୟାନ୍ସ କରିଥିଲେ। ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା।

ସ୍ମୃତି ମନ୍ଧାନା-ପଲାଶ ମୁଛଲଙ୍କ ରୋମାଣ୍ଟିକ ଡ୍ୟାନ୍ସ

ସଙ୍ଗୀତ ନାଇଟର ଏହି ଭାଇରାଲ ଭିଡିଓରେ, ସ୍ମୃତି ଏବଂ ପଲାଶ ମନମୁଗ୍ଧ ହୋଇ ନାଚୁଥିବା ଦେଖାଯାଉଛି। ସ୍ମୃତି ପଲାଶଙ୍କ ବେକରେ ମାଳ ପିନ୍ଧାଇବା ପରେ ଜୋରଦାର ଡ୍ୟାନ୍ସ ଆରମ୍ଭ କରିଥିଲା। ସ୍ମୃତି ମନ୍ଧାନାଙ୍କ ଏହି ଡ୍ୟାନ୍ସ ଭିଡିଓକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି। ଅତିଥି ଓ ସୋସିଆଲ ମିଡିଆ ୟୁଜର୍ସ ଏହି କପଲଙ୍କ କେମେଷ୍ଟ୍ରି "ପରଫେକ୍ଟ ଯୋଡି" ବୋଲି କହିଥିଲେ।

ସାଥୀ ଖେଳାଳିମାନେ ମଧ୍ୟ ନାଚିଥିଲେ

ଏହି ସ୍ୱତନ୍ତ୍ର ମୁହୂର୍ତ୍ତରେ ସ୍ମୃତି ମନ୍ଧାନାଙ୍କ କ୍ରିକେଟ୍ ସାଥୀ ତାଙ୍କ ସହିତ ଯୋଗ ଦେଇଥିଲେ। ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ ସଙ୍ଗୀତ ରାତିରେ ଏକ ଗ୍ରୁପ ଡ୍ୟାନ୍ସ କରିଥିଲେ। ସେମାନେ ସମସ୍ତେ "ତେରା ୟାର ହୁଁ ମୈଁ" ଗୀତରେ ନାଚିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ, ଜେମିମା ରୋଡ୍ରିଗେଜ, ଶ୍ରେୟଙ୍କା ପାଟିଲ, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡି ଏକାଠି ନାଚିଥିଲେ। ପ୍ରଶଂସକମାନେ ଏବେ ସ୍ମୃତି ମନ୍ଧାନାଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯେଉଁଥିରେ ଚଳଚ୍ଚିତ୍ର ଏବଂ କ୍ରିକେଟ ଜଗତର ଅନେକ ପ୍ରମୁଖ ବ୍ୟକ୍ତି ଯୋଗଦେବେ।