ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ ଚାରିଟା ଛୁଆର ବାପା, ଥାନାରେ ପୂରାଇଲେ ପ୍ରଥମ ସ୍ତ୍ରୀ

Published By : Prameya-News7 Bureau | August 19, 2025 IST

ପଟ୍ଟାମୁଣ୍ଡାଇ : କୋର୍ଟ ପରିସରରେ ଜଣ ସ୍ତ୍ରୀ ମାଗୁଛି ତାର ଅଧିକାର। କାନ୍ଦି କାନ୍ଦି ନେହୁରା ହେଉଛି। ଆଉ ଜିଦ୍ ବି ଧରିଛି, ଆଉ କହୁଛି ତୁମକୁ ଆଉ କାହାର ହେବାକୁ ଦେବିନି। ତୁମେ ମୋ ସ୍ୱାମୀ ଅଛ ଆଉ ରହିବ। ଏମିତି କହି ଦ୍ଵିତୀୟ ବିବାହ କରିବାକୁ ଆସିଥିବା କୋର୍ଟ ପରିସରରୁ ସ୍ୱାମୀକୁ ଧରିଲା ପ୍ରଥମ ସ୍ତ୍ରୀ। ଘୋଷାଡି ଘୋଷାଡି ଥାନାରେ ଦେଲେ ଜିମା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତନୁପୁର ଗାଁରେ ଘଟିଛି ଏମିତି କିଛି ଘଟଣା।

ପତ୍ନୀଙ୍କର 4ଟି ଝିଅ ହୋଇଥିବାରୁ ସ୍ଵାମୀ କିଶୋର ମଳିକ ବହୁ ସମୟରେ ମଦ ପିଇ ସ୍ତ୍ରୀ ବନ୍ଦନା ମଳିକଙ୍କୁ ମାରପିଟ କରି ଆସୁଥିଲେ। ଶାରିରୀକ ନିର୍ଯ୍ୟାତନା ପାଇ ବି ସେ ପଡ଼ି ରହିଥିଲେ।  ଗତ କିଛିଦିନ ପୂର୍ବରୁ ସ୍ତ୍ରୀ ବନ୍ଦନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତିନୋଟି ଝିଅ ପରେ ଏବେ ପୁଣି ଝିଅ ହେବାର ଖବରପାଇ ସ୍ବାମୀ କିଶୋର ସ୍ତ୍ରୀକୁ ମେଡିକାଲରୁ ଛାଡ଼ି ପଳାଇଥିଲା। ବନ୍ଦନା ଛୁଆକୁ ଧରି ଶାଶୁ ଘରକୁ ଆସିଥିଲେ। କିନ୍ତୁ ପରେ ପରେ ସ୍ୱାମୀଙ୍କ ଅଜବ କାରନାମା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ।  ମଙ୍ଗଳବାର ସ୍ବାମୀ କିଶୋର ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଦିତୀୟ ବିବାହ କରିବାକୁ ଆସିଥିଲେ। ସେପଟେ ତାଙ୍କୁ ବିବାହ କରିବାକୁ ତାଙ୍କ  ମହିଳା ଜଣଙ୍କ ତାଙ୍କ ମାଙ୍କ ସହିତ ଆସିଥିଲେ।

ଏହି ଖବର ପାଇବା ପରେ କୋର୍ଟ ପରିସରରୁ ସ୍ତ୍ରୀ ବନ୍ଦନା ଙ୍କ ସହିତ ପରିବାର ଲୋକେ ଯାଇ କିଶୋର କୁ ଟଣା ଘୋସରା କରିବା ସହିତ ପୋଲିସ ଜିମା ଦେଇଛନ୍ତି। ଏବେ ଚାରୋଟି ଝିଅ, ତାଙ୍କର ଭରଣ ପୋଷଣକୁ ନେଇ ଚିନ୍ତାରେ ସ୍ତ୍ରୀ ବନ୍ଦନା ମଲ୍ଲିକ । 

ସତରେ ଆଜିକାଲି ଲୋକଙ୍କ ମାନସିକତା କଥା ଭାବିଲେ ଦୁଃଖ ଲାଗେ। ଏବେ ବି ରହିଛି ପୁଅ ଝିଅର ଭେଦ ଭାବ। 4 ଝିଅ ଓ ପତ୍ନୀଙ୍କୁ ନେଇ ଖୁସିରେ ସଂସାର କରିବା ବଦଳରେ ନିଜ କର୍ତ୍ତବ୍ୟସରୁ ଓହରି ଯାଇ  ସ୍ୱାମୀ ଆଉ ଏକ ଝିଅକୁ ବିବାହ କରିବା , ଏହା ହୀନ ମାନସିକତା ନୁହେଁତ ଆଉ କଣ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.