ଭୁବନେଶ୍ଵର: ଓଡ଼ିଶା ଲୋକସେବା ଆୟୋଗ ଏବଂ ଓଡ଼ିଶା ଷ୍ଟାପ ସିଲେକ୍ସନ କମିଶନର ନୂଆ ଚାରି ସଦସ୍ୟ ନିଯୁକ୍ତ ପାଇଛନ୍ତି। ଅବସରପ୍ରାପ୍ତ ଆଇଏଏସ ଉଦୟ ନାରାୟଣ ଦାସଙ୍କୁ ଓପିଏସସି ସଦସ୍ୟ ଭାବେ ନିଯୁକ୍ତି ମିଳିଛି।ସେହିପରି ପ୍ରଫେସର ମିହିର ପ୍ରସାଦ ମିଶ୍ର, ଡଃ ଶ୍ରୁତି ଦାସ ଓ ଅବସରପ୍ରାପ୍ତ IAS ସୁଧାକର ବୁର୍ଗି ମଧ୍ୟ ଓପିଏସସିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଶ୍ରୁତି ଦାସ ହେଉଛନ୍ତି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ପ୍ରଫେସର। ଓପିଏସସିର ସଦସ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଛି। ୬୫ ବର୍ଷ ବୟସରେ ସେ ଏହି ପଦରୁ ଅବସର ନେବେ। ସେହିପରି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସୁଧାକର ବର୍ଗୀଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଛି। ଓଡ଼ିଶା ଜନଗଣନା ସଦସ୍ୟ ନିର୍ଦ୍ଦେଶକ ତଥା ପୂର୍ବତନ ଆଇଏଏସ ଅଧିକାରୀ ଉଦୟ ନାରାୟଣଙ୍କ ଓପିଏସସିରେ ସଦସ୍ୟ ଭାବେ କାର୍ଯ୍ୟକାଳ ୬ ବର୍ଷ ରହିଛି। ପୁରୀ ସାମନ୍ତ ଚନ୍ଦ୍ରଶେଖର ଅଟୋନୋମସ କଲେଜର ପୂର୍ବତନ ପ୍ରିନ୍ସିପାଲ ପ୍ରଫେସର ଡ. ମିହିର ପ୍ରସାଦ ମିଶ୍ରଙ୍କୁ ଓପିଏସସି ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ତାଙ୍କ କାର୍ଯ୍ୟକାଳ ମଧ୍ୟ ୬ ବର୍ଷ ରହିଛି।
Also read: ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ, ଅପରାଧିକ ମାମଲା ଲୁଚାଇ ଆବେଦନ କରିଥିଲେ ଆଡଭୋକେଟ ଲାଇସେନ୍ସ