ମୁମ୍ଵାଇ ୧୫।୦୫; ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ । ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ମାତୃତ୍ୱ ସମୟକୁ ଉପଭୋଗ କରୁଛନ୍ତି । ସେ ତାଙ୍କ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଏବଂ ସେବେଠାରୁ ସେ କୌଣସି ଫିଲ୍ମରେ ଦେଖାଯାଉନାହାଁନ୍ତି । ବର୍ତ୍ତମାନ, ଦୀପିକା ଫିଲ୍ମ 'ସ୍ପିରିଟ୍' ପାଇଁ ଚର୍ଚ୍ଚାରେ ଅଛନ୍ତି । 'ଆନିମଲ' ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଏହି ଫିଲ୍ମରେ ପ୍ରଭାସ ମୁଖ୍ୟ ଭୂମିକାରେ ରହିବେ ।
ପୂର୍ବରୁ ଏହି ଯୋଡ଼ି 'କଲକି 2898 AD' ଭଳି ସୁପରହିଟ୍ ଫିଲ୍ମ ଦେଇଛନ୍ତି । ପୁଣିଥରେ ଦୀପିକା ଏହି ଫିଲ୍ମ ସହ ପ୍ରଭାସଙ୍କ ନାୟିକା ହେବେ। ତେବେ ଦୀପିକାଙ୍କୁ ଫିଲ୍ମ "ସ୍ପିରିଟ୍" ପାଇଁ ଏକ ଅଯିକ ଫି ମିଳିଛି। ରିପୋର୍ଟ ଅନୁସାରେ, ଫିଲ୍ମ "ସ୍ପିରିଟ୍" ପାଇଁ ଦୀପିକାଙ୍କ ଫି ୨୦ କୋଟି ଟଙ୍କା ବୋଲି କୁହାଯାଉଛି ।
କହିବାକୁ ଗଲେ ଦୀପିକା ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଫିଲ୍ମ ପାଇଁ ଏତେ ଟଙ୍କା ପାଇନାହାଁନ୍ତି । ସେହିପରି, ଏହା ମଧ୍ୟ କୁହାଯାଉଛି ଯେ ରଣବୀର ସିଂ ଫି ମାମଲାରେ ତାଙ୍କ ପତ୍ନୀ ଦୀପିକାଙ୍କ ପଛରେ ଅଛନ୍ତି । ରଣବୀରଙ୍କୁ "ସିଙ୍ଘମ ଏଗେନ୍" ଫିଲ୍ମ ପାଇଁ ୧୦ କୋଟି ଟଙ୍କା ଫିସ୍ ମିଳିଥିଲା । ବର୍ତ୍ତମାନ ରଣବୀର ଫିଲ୍ମ "ଧୁରନ୍ଧର"ର ସୁଟିଂ କରୁଛନ୍ତି ।