ମୁମ୍ଵାଇ ୧୫।୦୫; ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (FWICE) ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ତୁର୍କୀକୁ ସୁଟିଂ ସ୍ଥାନ ଭାବରେ ବାଛିବା ପୂର୍ବରୁ ପୁନର୍ବିଚାର କରିବାକୁ ନିବେଦନ କରିଛି। ଏହା ପାକିସ୍ତାନକୁ ତୁର୍କିୟଙ୍କ ନିରନ୍ତର ସମର୍ଥନ ଯୋଗୁଁ, ବିଶେଷକରି ଭାରତର ଜାତୀୟ ସୁରକ୍ଷା ଏବଂ ସ୍ୱାର୍ଥ ସହିତ ଜଡିତ ଅଛି।
FWICE ଚଳଚ୍ଚିତ୍ର ଶିଳ୍ପକୁ ଏକତା ପାଇଁ ଆହ୍ବାନ
FWICE ଚଳଚ୍ଚିତ୍ର ଶିଳ୍ପର ୩୬ଟି ଭିନ୍ନ ଭିନ୍ନ ବର୍ଗ ଯେପରିକି ୱାର୍କର୍ସ, ଟେକ୍ନିସିଆନ୍ ଏବଂ କଳାକାରଙ୍କୁ ପ୍ରତିନିଧିତ୍ୱ କରେ। FWICE ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛି, "ଆମେ ସମସ୍ତ ଫିଲ୍ମ ପ୍ରଡକ୍ସନ୍ ହାଉସ୍, ନିର୍ଦ୍ଦେଶକ, ଅଭିନେତା ଏବଂ କ୍ରୁ ସଦସ୍ୟମାନଙ୍କୁ ଦେଶ ସହିତ ଏକତା ପ୍ରଦର୍ଶନ କରିବାକୁ ଏବଂ ତୁର୍କୀ ଏହାର ନୀତି ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ସେଠାରେ ସୁଟିଂ ନ କରିବାକୁ ନିବେଦନ କରୁଛୁ।
FWICE କହିଛି ଯେ ଯେତେବେଳେ ତୁର୍କୀ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଥିଲା। ଭାରତ ବିରୋଧରେ ଠିଆ ହେଉଥିବା ଯେକୌଣସି ଦେଶରେ ନିବେଶ କରିବା ଭୁଲ। FWICE କହିଛି ଯେ ତୁର୍କୀ କେବଳ କୂଟନୈତିକ ଭାବରେ ନୁହେଁ ବରଂ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଭାରତର ସ୍ୱାର୍ଥ ବିରୋଧରେ ମତ ରଖିଛି। ଯାହା ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ଚିନ୍ତାର ବିଷୟ। ସଂଗଠନ ଏହା ମଧ୍ୟ କହିଛି ଯେ ଚଳଚ୍ଚିତ୍ର ଶିଳ୍ପ ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧ ସହିତ ଗଭୀର ଭାବରେ ଜଡିତ, ତେଣୁ ଏପରି କୌଣସି ପଦକ୍ଷେପ ନିଆଯିବା ଉଚିତ୍ ନୁହେଁ । ଯାହା ଦେଶର ସମ୍ମାନ କିମ୍ବା ସୁରକ୍ଷାକୁ ଆଘାତ କରିବ।