ପାଣି ସ୍ରୋତରେ ଭାସିଗଲା କାର୍, ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ : ପହଁରି ପହଁରି ନିଜ ଜୀବନ ବଞ୍ଚାଇଲା ଡ୍ରାଇଭର

Published By : Prameya-News7 Bureau | August 27, 2025 IST

ମାଲକାନଗିରି ୨୭।୮: ଛତିଶଗଡ ବସ୍ତର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ପାଣି ସ୍ରୋତରେ ଭାସିଯାଇ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ଡ୍ରାଇଭର ପହଁରି ପହଁରି ନିଜ ଜୀବନ ବଞ୍ଚାଇଥିବା ବେଳେ ଦୁଇ ଝିଅ ସମେତ ସ୍ବାମୀ ଓ ସ୍ତ୍ରୀ ଚାରି ଜଣ ପ୍ରାଣ ହରାଇଛନ୍ତି । ମୃତକ ସମସ୍ତେ ତାମିଲନାଡୁର ବାସିନ୍ଦା ବୋଲି ଜଣାପଡିଛି । 

ଦରଭା ପୋଲିସ କହିଛି ଯେ, ସମସ୍ତ ମୃତଦେହ ଉଦ୍ଧାର କରାଯାଇ ଡିମ୍ରାପାଲ ନିଆଯାଇଛି । ସମ୍ପର୍କୀୟ ମାନେ ସେଠାରେ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯିବ । ତାମିଲନାଡୁର ଏହି ପରିବାର ବସ୍ତର ଅଞ୍ଚଳ ବୁଲି ଆସିଥିବା ବେଳେ ମଙ୍ଗଳବାର ଦନ୍ତେୱାଡା ଜିଲ୍ଲାର ପ୍ରସିଦ୍ଧ ଦନ୍ତେଶ୍ବରି ମନ୍ଦିରକୁ ଯାଇଥିଲେ । ହେଲେ ସେଠାରୁ ଫେରିବା ସମୟରେ ୩୦ ନମ୍ବର ଜାତୀୟ ରାଜପଥର ଦରଭା ନିକଟରେ କାର୍‌ଟି ପାଣି ସ୍ରୋତରେ ଭାସି ଯାଇଥିଲା । ସ୍ଥାନୀୟ ଲୋକେ ନିଜ ଆଖିରେ ଏ ଦୃଶ୍ୟ ଦେଖିଥିବା ବେଳେ ଏକ କାର୍ ଭାସି ଯାଉଛି ଆସ ବଞ୍ଚାଇବା ବୋଲି ଚିତ୍କାର କରୁଥିଲେ । 

You Can Read:

ସେ ଗେଡା ଆଉ ମୁଁ ଡେଙ୍ଗା... ତାଙ୍କ ସହିତ କଥା ହେଲେ ଆଖି ତଳକୁ କରି କଥା ହୁଏ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.