ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଧଳା ପୋଷାକରୁ ଆଜି ନାଲି ପୋଷାକ ପିନ୍ଧୁଛି

Published By : Prameya-News7 Bureau | May 29, 2025 IST

କଟକ ବିଜେଡିର କିଛି ନେତାଙ୍କ ପାଇଁ ଚିଟ୍‌ଫଣ୍ଡ କେସ୍‌ରେ ଫସିଗଲେ ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ । ସେ କହିଛନ୍ତି, ବିଜେଡି ସରକାରରେ ଥିବା ୨ ଜଣ ମନ୍ତ୍ରୀ ମୋତେ ଫସାଇ ଦେଲେ । ଚୋର ଚୋରି କଲା ହେଲେ ମୋ ମୁଣ୍ଡରେ ଅଠା ବୋଳା ହେଲା ବୋଲି ପ୍ରଭାତ କହିଛନ୍ତି । 

ମିଡ୍ ନାଇଟ୍ ଅପରେସନ୍ କଥା ମନେପକାଇଛନ୍ତି ପ୍ରଭାତ ବିଶ୍ବାଳ । ସେ କହିଛନ୍ତି, ମେ’ ୨୯କୁ ମୁଁ ଜୀବନରେ କେବେ ଭୁଲି ପାରିବେନି । ମିଡ୍ ନାଇଟ୍ ଅପରେସନରେ ସାମିଲ ନଥିଲି । ଦୁଇ ପୂର୍ବତନ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ । ସେହି ଦୁଇ ନେତାଙ୍କ ପାଇଁ ମୋର କ୍ୟାରିୟର ପ୍ରଭାବିତ ହୋଇଛି । ସେହି ଦୁଇ ମନ୍ତ୍ରୀଙ୍କ ଲାଗି ମୁଁ ଆଜି ଧଳା ପୋଷାକରୁ ନାଲି ପୋଷାକ ପିନ୍ଧୁଛି । ସେମାନେ ଚୋରି କରି ମୋ ମୁଣ୍ଡରେ ଅଠା ବୋଳିଲେ । ଯାହାଦ୍ୱାରା ମୋର ରାଜନୈତିକ କ୍ୟାରିୟର ପ୍ରଭାବିତ ହୋଇଛି । ମାମଲା ଏବେ ନ୍ୟାୟାଳୟରେ ବିଚାରାଧିନ ଅବସ୍ଥାରେ ରହିଛି । ଏବେ ସେମାନେ ଫଳ ଭୋଗୁଛନ୍ତି । ସତ୍ୟ, ଧର୍ମର ଜୟ ହେବ ବୋଲି ପ୍ରଭାତ କହିଛନ୍ତି । 

କେବଳ ଏତିକି ନୁହେଁ ବରଂ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଭାତ । ସେ କହିଛନ୍ତି, ପ୍ୟାରୀ ବାବୁ ବିଜେଡିକୁ ମଜବୁତ କରିଥିଲେ । 


You Can Read:

ଦେଶର ପ୍ରଥମ ରାଜ୍ୟ ଭାବେ AI ନୀତି ଆଣିବାକୁ ଯାଉଛି ଓଡ଼ିଶା, ଏହାଦ୍ବାରା ମିଳିବ ଏସବୁ ସୁବିଧା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.