ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ରଖିଲେ ପୂର୍ବତନ ବିଧାୟକ ମହିଧର ରଣା , କହିଲେ- ବିଜେପି ତୁଳନାରେ ଇସ୍ତାହାର ଆଖି ଦୃଶିଆ ନଥିଲା

Published By : Prameya-News7 Bureau | September 27, 2024 IST

ଭୁବନେଶ୍ବର ୨୭।୯: ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ରଖିଲେ ଦଳର ପୂର୍ବତନ ବିଧାୟକ ତଥା ବୌଦ୍ଧ ଜିଲ୍ଲା ସଭାପତି ମହିଧର ରଣା । ପ୍ରତିକ୍ରିୟା ରଖି କହିଛନ୍ତି, ଆମ ନିଜ ନିଜ ଭିତରେ ଆକ୍ରୋଶ ମନୋଭାବ ରହିଲା । ନିର୍ବାଚନ ବେଳେ ପଞ୍ଚାୟତି ସଭାପତି, ବ୍ଲକ ସଭାପତି ମାନଙ୍କୁ କୌଣସି ସାଙ୍ଗଠନିକ ଦାୟିତ୍ୱ ଦିଆଗଲା ନାହିଁ କି ଗୁରୁତ୍ୱ ଦିଆଗଲା ନାହିଁ । ଯେଉଁଥିପାଇଁ ଦଳର ପରାଜୟ ହେଲା । ବିଜେପି ଯେଉଁଭଳି ସବୁ ଇସ୍ତାହାର ଆଣିଲା ସୁଭଦ୍ରା ଟଙ୍କା, ଚାଷୀଙ୍କୁ ଧାନ କିଣା ପାଇଁ ୩୧୦୦ ଟଙ୍କା ବଢାଇବା, ଭତା ବଢାଇବାକୁ ବିଜେପି ଘୋଷଣା କଲା କିନ୍ତୁ ବିଜେଡିର ସେମିତି କୌଣସି ଆଖି ଦୃଶିଆ ଇସ୍ତାହାର ନଥିଲା । ଆମର କେବଳ ୧୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କୁହାଗଲା ଯେତେବେଳେ ସେମାନେ ୩୦୦ ୟୁନିଟ ଦେବେ ବୋଲି କହିଲେ । ତେଣୁ ଆମ ଇସ୍ତାହାର ଲୋକଙ୍କୁ ଛୁଇଁଲାନି । ନିର୍ବାଚନ ବେଳେ ଦଳର ଅନେକ ତ୍ରୁଟି ରହିଲା ଯାହା କି ଦଳୀୟ କନ୍ଦଳକୁ ଅଧିକ ବଢ଼ାଇଲା । ପ୍ରତ୍ୟେକ ଅଞ୍ଚଳରେ ନିଜ ନିଜ ମଧ୍ୟରେ ଗୋଷ୍ଠୀ କନ୍ଦଳ ହୋଇଛି । ଆମ ଆମ ମଧ୍ୟରେ ଟଣା ଓଟରା ବଢ଼ିଲା ଯେଉଁଥି ପାଇଁ ଦଳର ପରାଜୟ ହେଲା । ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରି ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସାମଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ଦାୟୀ କରିଥିଲେ । 


You Can Read:

E-KYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ, ଆଧାର କାର୍ଡ଼ ନଥିଲେ ମିଳିବନି କାର୍ଡ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.