LIVE TV

ଅଷ୍ଟ୍ରେଲିଆ ଟିମରୁ ହେଡ୍ ବିଦା : ତୃତୀୟ ଟି୨୦ ପୂର୍ବରୁ ଭାରତକୁ ବଡ ଆଶ୍ୱସ୍ତି

NEWS7
former-ganjam-district-mahila-morcha-president-banja-has-resigned-from-the-bjp

ନୂଆଦିଲ୍ଲୀ,  ୪ |୧୧  : ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ ପୂର୍ବରୁ ଭାରତ ପାଇଁ ଆସିଛି ଖୁସି ଖବର । କାରଣ କଙ୍ଗାରୁ ଟିମର ଦୁର୍ଦ୍ଦଶ ବ୍ୟାଟସମ୍ୟାନ୍ ଟ୍ରାଭିସ୍ ହେଡଙ୍କୁ ରିଲିଜ୍ କରିଛି ଟିମ୍ । ସେ ଆଗାମୀ ଦିନରେ ହେବାକୁ ଥିବା ଆସେସ୍ ଟେଷ୍ଟ୍ ପାଇଁ ରେଡ୍ ବଲରେ ପ୍ରାକ୍ଟିସ୍ କରିବେ । ତେବେ କଙ୍ଗାରୁ ଟିମର ଏହି ନିଷ୍ପତ୍ତି ଭାରତୀୟ ଟିମକୁ ଅନେକ ମାତ୍ରାରେ ଆଶ୍ବସ୍ତି କରିଛି ।

୩୧ ବର୍ଷୀୟ ବାମହାତୀ ବ୍ୟାଟସମ୍ୟାନ୍ ହେଡ୍ ଏବେ ଦକ୍ଷିଣ ଅଷ୍ଟ୍ରେଲିଆର ଲିଗ୍ ମ୍ୟାଚରେ ଖେଳିବେ । ତାଙ୍କ ସହ ଆଲେକ୍ସ କେରୀ ମଧ୍ୟ ସାମିଲ ହେବେ । ତେବେ ଏହି ଲିଗ୍ ନଭେମ୍ବର ୧୦ରୁ ଆରମ୍ଭ ହେବ । ଯାହା ହେଡଙ୍କ ପାଇଁ ଅଭ୍ୟାସ ମ୍ୟାଚ୍ ହୋଇପାରିବ । ଫଳରେ ନଭେମ୍ବର ୨୧ ତାରିଖରେ ଆରମ୍ଭ ହେବାକୁ ଥିବା ଆସେସ୍ ପୂର୍ବରୁ ସେ ନିଜକୁ ପ୍ରସ୍ତୁତ କରିପାରିବେ ।

ଶେଷ ଥର ପାଇଁ ଓ୍ବେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ହେଡ୍ । କିନ୍ତୁ ସୀମିତ ଓଭର ମୁକାବିଲାରେ ସେ ଲଗାତାର ଖରାପ ପ୍ରଦର୍ଶନ କରି ଆସୁଛନ୍ତି । ଗତ ଟି ସୀମିତ ଓଭର ମୁକାବିଲାରେ ତାଙ୍କର ସର୍ବାଧିକ ସ୍କୋର ୩୧ ରହିଛି ।  ଭାରତ ବିପକ୍ଷ ଟି୨୦ରେ ତାଙ୍କ ବ୍ୟାଟ୍ ଆଦୌ ଚାଲୁନାହିଁ । ସେ ବଡ ସର୍ଟ ଖେଳି ନପାରି ସହଜରେ ଆଉଟ୍ ହୋଇଯାଉଛନ୍ତି । ଲକୁ ଠିକ୍ ଭାବେ ପଢି ମଧ୍ୟ ପାରୁନାହାଁନ୍ତି ଅଷ୍ଟ୍ରେଲିଆର ଏହି ବ୍ୟାଟର୍ ।

ହେଡ୍ ହେଉଛି କଙ୍ଗାରୁ ଟିମର ତୃତୀୟ ଖେଳାଳି ଯିଏକି ଆସେସ୍ ପୂର୍ବରୁ ଅଭ୍ୟାସ ପାଇଁ ସୀମିତ ଓଭର କ୍ରିକେଟରୁ ରିଲିଜ୍ ହୋଇଛନ୍ତି । ତାଙ୍କ ପୂର୍ବରୁ ଜୋସ୍ ହେଜଲଉଡ୍ ଏବଂ ସନ୍ ଆବର୍ଟଙ୍କୁ ଟିମ୍ ରିଲିଜ୍ କରିଥିଲା । ଉଭୟ ଦ୍ରୁତ ବୋଲର ଭାରତ ବିପକ୍ଷ ପ୍ରଥମ ଦୁଇଟି ମୁକାବିଲା ଖେଳିଥିଲେ । ସେହିପରି ମିଚେଲ୍ ଷ୍ଟାର୍କ ଏବଂ ନାଥନ ଲାୟନ ଭାରତ ବିପକ୍ଷ ଦିନିକିଆ ମୁକାବିଲା ପରେ ଆସେସ୍ ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।