ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ବଦଳାଇଥିଲେ ଦେଶର ଦଶା ଓ ଦିଶା

NEWS7
formation-of-8th-central-pay-commission-approved-by-cabinet

କଟକ ୨୩/୦୧: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ ଜନ୍ମଜୟନ୍ତୀ । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜନ୍ମଜୟନ୍ତୀରେ ନେତାଜୀଙ୍କୁ ଶତାବ୍ଦୀର ମହାନାୟକ କହିଲେ ମୁଖ୍ୟମନ୍ତ୍ରୀ । ଶତାବ୍ଦୀର ମହାନାୟକ ଭାବେ ଦେଶର ଦଶା ଓ ଦିଶା ବଦଳାଇଥିଲେ ନେତାଜୀ । ୧୩୦ ବର୍ଷ ତଳେ ଓଡ଼ିଆ ବଜାରରେ ନେତାଜୀଙ୍କ ଜନ୍ମ ଓଡ଼ିଶା ପାଇଁ ଗର୍ବ । ​​​​​​​

ICS ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ଚାକିରି କରିନଥିଲେ । ସ୍ବାମୀ ବିବେକାନନ୍ଦ ଓ ଅରୋବିନ୍ଦୋଙ୍କ ଆଦର୍ଶରେ ପରିଚାଳିତ ଥିଲେ ନେତାଜୀ । ଜାପାନ ସହାୟତାରେ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ । ଆଣ୍ଡାମାନରେ ପ୍ରଥମ ଥର ପତାକା ଉତ୍ତୋଳନ କରିଥିଲେ ନେତାଜୀ । ଦେଶର ଇତିହାସ ବହିରେ ନେତାଜୀଙ୍କୁ ମିଳି ନାହିଁ ଉପଯୁକ୍ତ ସମ୍ମାନ ।

ସେହିପରି ନେତାଜୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କାର୍ଯ୍ୟକାରୀ ହେବ ମହାନଦୀ ରିଭର ଫ୍ରଣ୍ଟ ଯୋଜନା । ୨୨୦ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ଶୀଘ୍ର ଏହାର କାର୍ଯ୍ୟକାରୀ ହେବାକୁ ଯାଉଛି । ଶୀଘ୍ର ଶେଷ ହେବ କଟକ ଚଣ୍ଡୀ ମନ୍ଦିର କାମ । ନୂଆ ରୂପ ନେବାକୁ ଯାଉଛି କଟକ ଶିଶୁଭବନ ବୋଲି ସେ ଘୋଷଣା କରିଥିଲେ ।