ଉଦଳା ୧୬।୭: ବିଳମ୍ବିତ ରାତିରେ ମଦ ଦୋକାନରେ ପଶିଲେ । ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ବିଦେଶୀ ମଦ । ଏଭଳି ଲୁଟ୍ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ସରକାରୀ ବିଦେଶୀ ମଦ ଦୋକାନରେ ।
ସୂଚନାଯୋଗ୍ୟ ଯେ, ଶରତ ଠାରେ ଥିବା ବିଦେଶୀ ମଦ ଦୋକାନରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟେରା ମାନେ ଦୋକାନ ପଛ ପଟ ଗ୍ରୀଲ୍ ଭାଙ୍ଗି ଦୋକାନ ଭିତରକୁ ପଶିଥିଲେ । ଦୋକାନ ଭିତରେ ଥିବା ନଗଦ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେବା ସହ ବିଦେଶୀ ମଦ ମଧ୍ୟ ଲୁଟି ନେଇଛନ୍ତି । ବୁଧବାର ଦୋକାନ କର୍ମଚାରୀ ଆସି ପହଞ୍ଚିବା ପରେ ଦୋକାନରୁ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେତେ ଟଙ୍କାର ମଦ ଚୋରି ହୋଇଛି ତାହା ଷ୍ଟକ ହିସାବ ପରେ ଜଣାପଡିବ ।
You Can Read:
ବିଲରେ ତଳି ରୋଇବା ବେଳେ ବଜ୍ରପାତ, ଚାଲିଗଲା ଦୁଇ ମହିଳାଙ୍କ ଜୀବନ