News7 Logo

ଜଳକା ନଦୀରେ ପୁଣି ବନ୍ୟା, ବସ୍ତା ବ୍ଲକର ୧୦ ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ଅଧିକ ପ୍ରଭାବିତ

NEWS7
jalaka flood

ଜଳେଶ୍ୱର ୦୫/୦୯: ପୁଣି ଜଳକା ନଦୀରେ ବନ୍ୟା । ଉପର ମୁଣ୍ଡରେ ପ୍ରବଳ ଲଘୁଚାପ ବର୍ଷା ଯୋଗୁଁ ୪ର୍ଥ ଥର ବନ୍ୟା ଆସିଛି । ବସ୍ତା ମଥାନି ଠାରେ ବିପଦ ସଂକେତ ୬. ୫୦ମିଟର ଥିଲା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବଢ଼ି ୬. ୭୧ମିଟରରେ ପ୍ରବାହିତ ହେଉଛି ବନ୍ୟା ପାଣି। ବନ୍ୟା ଆସିବା ଫଳରେ ବସ୍ତା ବ୍ଲକର ୧୦ଟି ପଂଚାୟତ ଓ ସଦର ବ୍ଲକର ୨ଟି ପଂଚାୟତ ପ୍ରବାହିତ ହେବାର ସମ୍ଭାବନା ରହିଛି । 
ସୂଚନାଥାଉକି, ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୁରୁଡ଼ା, ଚିତ୍ରଡା, ଶୁଲିଆପଦା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ  ଜଳକା ନଦୀରେ ଜଳ ସ୍ତର ବଢ଼ିବାରେ ଲାଗିଛି । ମଥାନି ଠାରେ ବିପଦ ସଂକେତ ୬. ୫୦ମିଟର ଥିଲା ବେଳେ ସକାଳ ୬ଟା ସୁଦ୍ଧା ୬. ୭୧ମିଟର ଉପରେ ପ୍ରବାହିତ ହେଉଛି ପାଣି। ବନ୍ୟା ଆସିବା ଫଳରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ମଥାନି, ବାହାର୍ଦା, ଦରଡ଼ା, କୁଡ଼ିଆ, ଦୁଧ ହଂସା, ବାସିଚକୁରାଇ, ମୁକୁଳିସୀ, ସଦାନନ୍ଦପୁର, ବ୍ରାହ୍ମଦା, ବରୁଣଗଡ଼ିଆ, ଏବଂ ସଦର ବ୍ଲକର ୨ଟି ପଂଚାୟତ ଶ୍ରୀରାମପୁର, ଓ ରସଲପୁର ଆଦି ପଂଚାୟତ ପ୍ରବାହିତ ହେବାର ସମ୍ଭାବନା ରହିଛି। ଶହ ଶହ ଚାଷ ଜମିରେ ପାଣିର ସୁଅ ଛୁଟୁଛି, ଦୁଇ ଦୁଇ ଥର ଚାଷ ନଷ୍ଟ ହୋଇଥିଲା ବେଳେ ପୁଣି ଥରେ ଧାରକରଜ କରି ଚାଷ କରିଥିଲା ବେଳେ ତାହା ନଷ୍ଟ ହୋଇଯିବ ଏଣୁ ଚିନ୍ତାରେ ଚାଷୀ।