Live Live
LIVE

ଇରାନକୁ ଖୋଲା ସମର୍ଥନ କଲା ଋଷ: ପୁଟିନ କହିଲେ ଅତୁଟ ରହିବ ସହଯୋଗ, ମୋଜତବାଙ୍କୁ ଦେଲେ ବଧେଇ

NEWS7
five-people-lost-their-lives

ମସ୍କୋଆମେରିକା ଇସ୍ରାଏଲ୍ ଓ ଇରାନ ଯୁଦ୍ଧରେ ସୋମବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନର ସଂଘର୍ଷ ସମୟରେ ଋଷ ଇରାନ ସହ ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି କହିଛନ୍ତି ଋଷ ରାଷ୍ଟ୍ରପିତ ଭ୍ଲାଦିମୀର ପୁଟିନ। କେବଳ ସେତିକି ନୁହେଁ ନୂଆକରି ଇରାନର ସର୍ବୋଚ୍ଚ ନେତା ହୋଇଥିବା ମୋଜତବା ଖାମେନିଙ୍କୁ ବଧେଇ ଜଣାଇବା ସହିତ ତେହରାନକୁ ଋଷ ସମର୍ଥନ ଅତୁଟ ରହିବ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି।

ପୁଟିନ କହିଛନ୍ତି ଋଷ ନିଜର ଇରାନୀ ବନ୍ଧୁମାନଙ୍କ ସହିତ ଏକଜୁଟ ଭାବ ଦେଖାଇବ। ଏବଂ କଠିନ ପରିସ୍ଥିତିରେ ବି ଇରାନ ସହିତ ଛିଡ଼ା ହେବ। ଆଶା କରୁଛି ଯେ ମୋଜତବା ତାଙ୍କ ପିତା ଅୟାତୋଲ୍ଲା ଅଲି ଖାମେନିଙ୍କ କାର୍ଯ୍ୟକୁ ଆଗକୁ ବଢାଇବା ସହିତ ଇରାନବାସୀଙ୍କୁ ଏକଜୁଟ କରିବାରେ ସମର୍ଥ ହେବେ। ଇରାନ ବର୍ତ୍ତମାନ ସଶସ୍ତ୍ର ସଂଘର୍ଷ ସହ ଯୁଝୁଛୀ। ଏହି ସମୟରେ ନେତୃତ୍ୱ ପଦରେ ବସିବା ସାହସ ଓ ସମର୍ପଣର ଏକ ବଡ଼ ପରୀକ୍ଷା ବୋଲି ପୁଟିନ କହିଛନ୍ତି।

ଏହା ପୂର୍ବରୁ ଶୁକ୍ରବାର ରାଷ୍ଟ୍ରପତି ପୁଟିନ ଇରାନ ରାଷ୍ଟ୍ରପତି ମସୌଦ ପେଜେଶ୍କିଆନଙ୍କ ସହ ଫୋନ୍ରେ କଥା ହୋଇଥିଲେ। ଅୟାତୋଲ୍ଲା ଅଲୀ ଖାମେନିଙ୍କ ସମେତ ଇରାନ ନେତାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଥିଲେ।

ସେହିପରି ୟୁକ୍ରେନ୍ ଯୁଦ୍ଧକୁ ନେଇ ପୁଟିନ ପଶ୍ଚିମ ଦେଶଗୁଡ଼ିକୁ ସମାଲୋଚନା କରିଥିଲେ। ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନ୍କୁ ଉସ୍କାଇ ଯୁଦ୍ଧ ବଢ଼ାଉଛନ୍ତି ବୋଲି ପୁଟିନ କହିଛନ୍ତି। ସେ କହିଛନ୍ତି ଯେ ଯୁକ୍ରେନ୍ରେ କ୍ଷମତା ପରିବର୍ତ୍ତନ ପାଇଁ ପଶ୍ଚିମ ଦେଶଗୁଡ଼ିକର ସମର୍ଥନରେ ହିଁ ଏହି ସଂଘର୍ଷ ଆରମ୍ଭ ହୋଇଛି। ୟୁକ୍ରେନ୍ରେ କ୍ଷମତା ପରିବର୍ତ୍ତନରେ ସମର୍ଥନ, ଏହାପରେ କ୍ରିମିଆ ଘଟଣା ଓ ଦକ୍ଷିଣ ୟୁକ୍ରେନ୍ର ଡୋନବାସ କ୍ଷେତ୍ରରେ ହୋଇଥିବା ସଂଘର୍ଷରୁ ହୋଇଛି। ଏଥିରେ ଋଷର ଭୂମିକା ନଥିଲା। ବରଂ ଏଥିରେ ପଶ୍ଚିମଦେଶର ନୀତି ପାଇଁ ହୋଇଛି ବୋଲି ପୁଟିନ କହିଛନ୍ତି।