LIVE TV

ବସ୍-ଟ୍ରକ୍ ଧକ୍କା : ୫ ଯାତ୍ରୀଙ୍କ ମୃତ୍ୟୁ, ଅନେକ ଯାତ୍ରୀ ଗୁରୁତର

NEWS7
Bonai

ବଣାଇ ୨୫।୯: ବସ୍ ଟ୍ରକ୍ ମଧ୍ୟରେ ଧକ୍କା । ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେ.ବଲାଙ୍ଗ ଥାନା ନିକଟ ଜାତୀୟ ରାଜପଥ ୫୨୦ ଠାରେ ରାଉରକେଲାରୁ କୋଇଡାକୁ ଆସୁଥିବା ଏକ ଘରୋଇ ବସ୍ ‘ଲିଙ୍ଗରାଜ’ ଅପରପାର୍ଶ୍ବରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର୍ ସାହାଯ୍ୟରେ କାଟି ଯାତ୍ରୀ ମାନଙ୍କୁ ବାହାର କରୁଛନ୍ତି ।