ପାରାଦୀପ ୧୯।୮: ଆସନ୍ତା ୧୯ ତାରିଖ ଠାରୁ ୨୧ ତାରିଖ ୩ ଦିନ ପର୍ଯ୍ୟନ୍ତ ଅଶାନ୍ତ ରହିବ ସମୁଦ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ ଜୁଆର ଓ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।
ବିଭାଗ ପକ୍ଷରୁ ପାରାଦୀପର ନେହେରୁବଙ୍ଗଳା ମାଛଧରା ବନ୍ଦର, ଅଠରବାଙ୍କି ବାଲିପ୍ଲଟ, ନୂଆ ବଜାର ନୋଳିଆ ସାହି, ଷଣ୍ଢକୁଦ ବସ୍ତି ଓ ଚଉମୁହାଣୀ ପ୍ରଭୃତି ମାଛଧରା ସ୍ଥାନ ଓ ମତ୍ସ୍ୟଜୀବୀଙ୍କ ବସ୍ତି ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବା ସହିତ ଯେଉଁମାନେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଛନ୍ତି ସେମାନେ କୂଳକୁ ଫେରି ଆସିବାକୁ ସୂଚନା ଦିଆଯାଇଛି ।