LIVE TV

୩ଆଇ/ଆଟଲାସ ଧୂମକେତୁକୁ ଅନୁଧ୍ୟାନ କରିବ ୟୁରୋପ, ଜୁସ୍ ମିଶନ ଉଠାଇବ ଫଟୋ

NEWS7
firzobad-labour-woman-income-tax-notice-488-crore-uttar-pradesh

ନୂଆଦିଲ୍ଲୀ, ୪ |୧୧  : ଆଇ/ଆଟଲାସ ଧୂମକେତୁକୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ । ସାରା ବିଶ୍ବର ବୈଜ୍ଞାନିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ଧୂମକେତୁ ସୌରମଣ୍ଡଳ ବାହାରୁ ଆସିଛି । ଯାହାକୁ ନେଇ ଅନେକ ଆକଳ କରାଯାଉଛି । ସବୁଠାରୁ ବଡ କଥା ହେଉଛି ଯେ, ଏହା ସୌର ମଣ୍ଡଳର କୌଣସି ମହାଜାଗତିକ ବସ୍ତୁ ସହ ସମାନ ନୁହେଁ । ଏହା ଅନ୍ୟ ଏ ତାରାମଣ୍ଡଳକୁ ସୌର ମଣ୍ଡଳକୁ ଗତି କରୁଛି । ତେବେ ଏହା ଉପରେ ଅଧିକ ଗବେଷଣା ଆରମ୍ଭ କରିଛି ୟୁରୋପୀୟ ସ୍ପେସ ଏଜେନ୍ସି । ଏଜେନ୍ସିର ଜୁସ୍ ମିସନ ବା ବୃହସ୍ପତି ଗ୍ରହ ଉପରେ ଗବେଷଣା କରୁଥିବା ଏକ ସାଟେଲାଇଟ୍ ମିଶନ ଧୂମକେତୁ ଉପରେ ନଜର ରଖିଛି ।

ଧୂମକେତୁକୁ ନେଇ ସବୁଠାରୁ ବଡ କଥା ହେଉଛି ଯେ, ଏହା ବାରମ୍ବାର ରଙ୍ଗ ବଦଳାଉଛି । ସୂର୍ଯ୍ୟର ନିକଟତର ହେବା ପରେ  ଅଧିକ ଉତପ୍ତ ଏବଂ ଉଜ୍ଜ୍ୱଳ ଦେଖାଯାଉଛି । ସେହିପରି ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି । ଅନ୍ୟ ସୌରଜଗତରୁ ଆସିଥିବାରୁ ବୈଜ୍ଞାନିକମାନେ ଏହାକୁ ଗୁରୁତର ସହ ନେଉଛନ୍ତି ।

ପ୍ରଥମ ଥର ପାଇଁ ୨୦୨୫ରେ ଆଇ/ ଆଟଲାସ ଧୂମକେତୁ ବାବଦରେ ସୂଚନା ମିଳିଥିଲା । ଯାହା ପୃଥିବୀ ଉପରେ ବିପଦ ସୃଷ୍ଟି କରିପାରେ ବୋଲି ଅନେ ବୈଜ୍ଞାନିକ ଆକଳନ କରୁଥିଲେ । ସ୍ପେସ ଏକ୍ସର ମାଲିକ ଏଲନ ମସ୍କ କିନ୍ତୁ ଏହାକୁ ସାଧାରଣ ଧୂମକେତୁ କହିଥିଲେ । ଏବେ ୟୁରୋପ  ଧୂମକେତୁ ଉପରେ ଅଧିକ ଗବେଷଣା ଆରମ୍ଭ କରିଛି ।

ୟୁରୋପୀୟ ମହାକାଶ ସଂସ୍ଥାର ବୈଜ୍ଞାନିକ ଓଲିଭାୟର ଓ୍ୱଟାସେ କହିଛନ୍ତି ଯେ, ଜୁସ୍ ମିଶନ ୨୦୩୦ରେ ବୃହସ୍ପତିର ତିନୋଟି ଗ୍ରହ ଉପରେ ପରୀକ୍ଷଣ କରିବ । ଏହା ଆଇ ଆଟଲାସଠୁ ୬୪ ନିୟୁତ କିଲୋମିଟର ଦୂରରେ ଅଛି । ଖୁବ୍ ଶୀଘ୍ର  ଧୂମକେତର ନିକଟତର ଦେବ । ଯାହାଦ୍ୱାରା ଅଧିକରୁ ଅଧିକ ତଥ୍ୟ ମିଳିପାରିବ ।

ସେ ଆହୁରି କହିଛନ୍ତି ୟେ, ଜୁସ ସାଟେଲାଇଟରେ ଲାଗିଥିବା କ୍ୟାମେରାରେ ଆଇ ଆଟଲାସର ସ୍ପଷ୍ଟ ଚିତ୍ର ମିଳିପାରିବ । ଏଥିରେ ଲାଗିଥିବା ଇନଫ୍ରାରେଡ୍ ଇମେଜିଂ ସେନସର ଧୂମକେତୁର ଗଠନକୁ ବିଶ୍ଲେଷଣ କରିବା ପାଇଁ ପ୍ରସ୍ତୁତ ଅଛି । ଯାହା ନେଇ ଖୁବ୍ ଶୀଘ୍ର ଅଧିକରୁ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।