ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ଆରମ୍ଭ ଠିକ୍ ସେହି ଢଙ୍ଗରେ ହୋଇଛି, ଯାହ ସେ ପ୍ରତିଶ୍ରୁତି ଦେଇଥିଲେ । ସେ କୃଷିର ବିକାଶ ଏବଂ କୃଷକଙ୍କ କଲ୍ୟାଣ ହେଉ ଅବା ହାଇୱେ, ମେଟ୍ରୋ, ପୋର୍ଟ, ଏୟାରପୋର୍ଟ, ପରିବେଶ, ଗରିବ ଏବଂ ମଧ୍ୟ ବର୍ଗଙ୍କ ପାଇଁ ଘର, ମୋଦୀ ସରକାର ଦୈନିକ ଜୀବନକୁ ପ୍ରଭାବିତ କରୁଥିବା ସବୁ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଳମ୍ୱ କରୁନାହାନ୍ତି ।
ସରକାରଙ୍କ ୮୬ ଦିନର କାର୍ଯ୍ୟ
ସେପ୍ଟେମ୍ୱର ୨ରେ ଚାଷୀଙ୍କ ପାଇଁ ସରକାର ପ୍ରାୟ ୧୪୦୦୦ କୋଟି ଟଙ୍କାର ୭ ଯୋଜନା ଘୋଷଣା କରିଛନ୍ତି । ଜୁନ୍ ୯ରେ ଶପଥ ଗ୍ରହଣ ପରେ ୮୬ ଦିନ ଭିତରେ ମୋଦୀ ସରକାର ଭିତ୍ତିଭୂମିର ବିକାଶ ପାଇଁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ।
ବିକାଶ ଉପରେ ଜୋର ଦେଇ, ପ୍ରଥମ ୧୦୦ ଦିନରେ ସରକାର କର୍ମଚାରୀଙ୍କ ପାଇଁ ନୂଆ ଏକୀକୃତ ପେନସନ ଯୋଜନା ଆରମ୍ଭ କରିଛନ୍ତି, ଯାହାଦ୍ୱାରା ବିରୋଧୀଙ୍କ ହାତରୁ ଏକ ବଡ଼ ରାଜନୈତିକ ମୁଦ୍ଦାକୁ ଛଡ଼ାଇ ନେଇଛି । ମୋଦୀ ସରକାରର ତୃତୀୟ ପାଳିର ପ୍ରଥମ ୧୦୦ ଦିନ ଆଉ ଏକ ବିଶେଷତା ହେଉଛି ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟର ଉପରେ ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ୱେ ଏହାକୁ ଲାଗୁ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ପିଏମ୍ ମୋଦୀଙ୍କ ଟାର୍ଗେଟ୍ ?
ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିଣାମ ଆସିବା ପରେ ଅଫିସରଙ୍କୁ ସମୟ ମିଳିବ ନାହିଁ । ପ୍ରଥମ ୧୦୦ ଦିନରେ ହିଁ ସରକାର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ସହ ନ୍ୟୁ-ଇକୋନମି ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଗତ ଏକ ସପ୍ତାହରେ ତୃତୀୟ ଥର କ୍ୟାବିନେଟ୍ ବୈଠକ ଏବଂ ମନ୍ତ୍ରିପରିଷଦ ସହ ଚର୍ଚ୍ଚା କାମ କରିବା ସ୍ପିଡ୍କୁ ଦର୍ଶାଉଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ନିଷ୍ପତ୍ତି ପରେ କହିଥିଲେ ଯେ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି, ଯାହା ଭିତ୍ତିଭୂମି ସହ ଜଡ଼ିତ ଯୋଜନାର ମଞ୍ଜୁରୀରୁ ପ୍ରମାଣିତ ହୋଇଛି । ସରକାର ଗଠନ ପରେ ପ୍ରୟା ତିନି ମାସ ଭିତରେ କ୍ୟାବିନେଟର ୧୫ ବୈଠକ ହୋଇସାରିଛି ।
ଚାଷୀଙ୍କ ପାଇଁ ଏମଏସପି ଅନ୍ତର୍ଭୁକ୍ତ ସବୁ ଫସଲ ଉପରେ ୧୦୦ ଟଙ୍କାରୁ ୫୦୦ ଟଙ୍କା ଯାଏ ବୃଦ୍ଧି କରାଯାଇଛି । ହାଇୱେ ଏବଂ ଏକ୍ସପ୍ରେସ୍ ୱେ ନିର୍ମାଣ ସହ ସରକାର ପ୍ରଥମ ୧୦୦ ଦିନରେ ହିଁ ୫୦,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ୮ କରିଡରକୁ ମଞ୍ଜୁରୀ ଦିଆଯାଇଛି । ଏହାସହ ସରକାରଙ୍କ ଶହେ ଦିନରେ ବିମାନ ବନ୍ଦର ବିକାଶ ଏବଂ ମେଟ୍ରୋ ପରିଯୋଜନାର ବିସ୍ତାର ପାଇଁ ୩୦୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ମଞ୍ଜୁରୀ ଦେଇଛନ୍ତି ।