ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଆଉ କମ୍ପ୍ୟୁଟର

Published By : Prameya-News7 Bureau | August 16, 2025 IST

ଛତ୍ରପୁର ୧୬।୮: ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଲାଗିଲା ନିଆଁ । ଅଗ୍ନିକାଣ୍ଡ ଯୋଗୁଁ କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର, ପିଣ୍ଟର ଓ ବିଭିନ୍ନ ଫାଇଲ ଓ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । ଖବର ପାଇଁ ଛତ୍ରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । 

ସୂଚନାଯୋଗ୍ୟ ଯେ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ପରିସରରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏନେଇ ତୁରନ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ଛତ୍ରପୁର ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । 

ପରେ ଏ ନେଇ ଘଟଣା ସଂପର୍କରେ ଛତ୍ରପୁର ପୋଲିସ ଓ ତହସିଲଦାରଙ୍କୁ ଅବଗତ କରାଯାଇଥିଲା । ସେମାନେ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ପରଖିଥିଲେ । କେଉଁ ବିଭାଗର ଫାଇଲ୍ ସବୁ ପୋଡିଛି, କେଉଁ ବିଭାଗର କମ୍ପ୍ୟୁଟର ନଷ୍ଟ ହୋଇଛି ତାହାର ତଦାରଖ କରିଥିଲେ । ଏହି କାର୍ଯ୍ୟାଳୟରେ  ମମତା ଯୋଜାନ, ସୁଭଦ୍ରା ଯୋଜନା, ଅଙ୍ଗନବାଡି ଆଦି ବିଭିନ୍ନ ବିଭାଗର ଫାଇଲ ସବୁ ରହୁଥିଲା । ରାତ୍ର ଜଗୁଆଳି କେହି ନଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଥିଲେ । 

You Can Read:

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଢିଲା, ମନ୍ଦିର ଉପରେ ଚଢିବା ବେଳେ ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.