LIVE TV

ଅକ୍ଟୋବର ୧୧-୧୨ରେ ‘ଫିନଭିଜନ୍ ଓଡ଼ିଶା’ ଜାତୀୟ ସମ୍ମିଳନୀ

NEWS7
pc

ଭୁବନେଶ୍ୱର: ମାରୁତି ମିଡିଆ ପକ୍ଷରୁ ଅକ୍ଟୋବର ୧୧ ଏବଂ ୧୨ ଦୁଇଦିନ ଧରି ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ଫିନଭିଜନ ଓଡ଼ିଶା-୨୦୨୫ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ପ୍ରମୁଖ ଶିଳ୍ପ-ବାଣିଜ୍ୟ ସଂଘ ଉକ୍ରଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍)ସହଯୋଗରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ବିଶେଷଜ୍ଞ ଯୋଗ ଦେଇ ଓଡ଼ିଶାରେ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ସ୍ଥିତି ଓ ବିକାଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ ।

ସମ୍ମିଳନୀରେ ଉଦଘାଟନୀ ଓ ଉଦଯାପନୀ କାର୍ଯ୍ୟକ୍ରମ ବ୍ୟତୀତ ବ୍ୟାଙ୍କସେବା, ଷ୍ଟକ୍ ଓ ସେୟାର ବଜାର, ମ୍ୟୁଚୁଆଲ୍ ଫଣ୍ଡ୍, ଏସ୍ଏମ୍ଇ, ଆଇପିଓ, ଗୃହ ଅର୍ଥଲଗାଣ ଏବଂ ବୀମାସେବା ଆଦି ପ୍ରସଙ୍ଗରେ ମୋଟ୍ ଚାରିଟି ଅଧିବେଶନ ଅନୁଷ୍ଠିତ ହେବ ।

ରାଜ୍ୟରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ବିଶେଷଜ୍ଞମାନଙ୍କ ସୁପାରିଶକୁ ଏକତ୍ର କରି ଏକ ସଂକଳନ ପ୍ରକାଶ କରାଯିବ । ଏହାକୁ ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ କୁମାର ମହାନ୍ତି ଏବଂ ମାରୁତି ମିଡିଆର ନିର୍ଦ୍ଦେଶକ ମନୋଜ ପୃଷ୍ଟି ସୂଚନା ଦେଇଛନ୍ତି । ପୂର୍ବରୁ ଗତ ମାର୍ଚ୍ଚରେ ମାରୁତି ମିଡିଆ ପକ୍ଷରୁ ଭୁବନେଶ୍ୱରରେ ଦୁଇଦିନିଆ ରାଜ୍ୟସ୍ତରୀୟ କୃଷି ଉଦ୍ୟୋଗୀ ସମ୍ମିଳନୀ ଫାର୍ମିଂ ଇନ୍ ଓଡ଼ିଶାସଫଳତାର ସହିତ ଆୟୋଜିତ ହୋଇଥିଲା ।