ଜାତିଆଣ ଆକ୍ଷେପରୁ ବଚସା : ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

Published By : Prameya-News7 Bureau | April 15, 2025 IST

ଖୋର୍ଦ୍ଧା ୧୫।୪ସାମାନ୍ୟ କଥାକୁ ନେଇ ଘଟିଲା ଗଣ୍ଡଗୋଳ । ଗଣ୍ଡଗୋଳ ଏତେ ତୀବ୍ର ହେଲା ଯେ,  ଦୁର୍ବୃତ୍ତଙ୍କ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲଗଡ଼ ଥାନା ଅନ୍ତର୍ଗତ ଝାନ୍ସି ପାଟଣା ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ଝାନ୍ସି ପାଟଣା ଗ୍ରାମର ପ୍ରତାପ ସେଠୀ ଏବଂ ସିଦ୍ଧେଶ୍ୱର ବେହେରାଙ୍କ ମଧ୍ୟରେ ଜାତିଆଣ ଆକ୍ଷେପକୁ ନେଇ ଯୁକ୍ତିତର୍କ ଏବଂ ବଚସା ହୋଇଥିଲା । ପରେ ସିଦ୍ଧେଶ୍ୱର ଏବଂ ତାଙ୍କ ସାଥି ମାନଙ୍କ ଆକ୍ରମଣରେ ପ୍ରତାପଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରତାପଙ୍କ ପୁଅ ଦୀପୁ ସେଠୀ ଗୁରୁତର ଭାବେ ଆହତ ହୋଇଛି । ପୋଲିସ ମୃତଦେହ ଜବତ କରିବା ସହ ଆହତଙ୍କୁ ମେଡିକାଲ ପଠାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ସିଦ୍ଧେଶ୍ୱରଙ୍କ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଅଟକ ରଖିଛି ।  ଅପରପକ୍ଷରେ ତ୍ବରିତ ନ୍ୟାୟ ଦେବା ସହ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟବାସିନ୍ଦା ଏବଂ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି । 

You Can Read:

କେନ୍ଦୁଝରରେ ତାଣ୍ଡବ ରଚିଲା କାଳବୈଶାଖୀ : ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼, ଉପଡ଼ିଲା ଗଛ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.