ହାପୁଡ (ୟୁପି) : ୟୁପିର ହାପୁଡରୁ ଆସିଛି ମନରେ ଜୋସ୍ ଭରିଦେବା ଭଳି ଖବର। ଏଠାରେ ରହୁଥିବା ବାପା-ପୁଅ ଏକାଠି କରିଛନ୍ତି କମାଲ । ଦୃଢ ନିଷ୍ଠା ଓ ଚେଷ୍ଟା ବଳରେ ଯେ ନିଜର ଲକ୍ଷ୍ୟ ହାସଲ କରି ହୁଏ , ଏହା ଦୁହେଁ ସାବ୍ୟସ୍ତ କରିଛନ୍ତି। ଉଦୟରାମପୁର ନଙ୍ଗଲା ନିବାସୀ ବାପା-ପୁଅଙ୍କ ଏକାଠି ଉତ୍ତରପ୍ରଦେଶ ପୁଲିସ କନେଷ୍ଟବଳ ନିଯୁକ୍ତିରେ ନମ୍ୱର ଲାଗିଛି। ରବିବାର( ୧୫ ଜୁନରେ) ଦୁହେଁ ଲକ୍ଷ୍ନୌର ଡିଫେନ୍ସ ଏକ୍ସପୋ ସ୍ଥଳରେ ନିଯୁକ୍ତି ପତ୍ର ନେବା ପାଇଁ ଲକ୍ଷ୍ନୌରେ ପହଞ୍ଚି ଥିଲେ। ନିଯୁକ୍ତି ପତ୍ର ମିଳିବା ପରେ ବାପା-ପୁଅ ପରସ୍ପରକୁ ଶୁଭେଚ୍ଛା ଜଣାଇ ଥିଲେ। କହି ରଖୁଛୁ କି , ବାପା ପ୍ରଥମେ ଆର୍ମି ଅର୍ଡିନାନ୍ସ କୋରରେ ଚାକିରି କରୁଥିଲେ। ସେଠାରୁ ଆସିବା ପରେ ଏବେ ୟୁପି ପୁଲିସରେ ପୁଅ ସହ କନଷ୍ଟେବଲରେ ନିଯୁକ୍ତି ପାଇଛନ୍ତି। ବାପା ପୁଅଙ୍କ ସହ ତାଙ୍କର ପରିଜନ ଓ ଗ୍ରାମବାସୀ ବି ବହୁତ ଖୁସି ହୋଇଛନ୍ତି।
ଧୌଲାନା ତହସିଲ ଅଞ୍ଚଳର ଗ୍ରାମ ଉଦୟରାମପୁର ନଙ୍ଗଲା ନିବାସୀ ୟଶପାଲ ନାଗର ଆର୍ମି ଅର୍ଡିନେନ୍ସ କୋରରେ ୨୦୦୩ ମସିହାରେ ଭର୍ତ୍ତି ହୋଇଥିଲେ। ୨୦୧୯ରେ ୧୬ ବର୍ଷ ଯାଏ ଦେଶ ସେବା କରିବା ପରେ ସେ ଅବସର ନେଇଥିଲେ। ଏହାପରେ ପିତା ଦିଲ୍ଲୀରେ ଆର୍ମି ଅର୍ଡିନାନ୍ସ କୋରରେ ଚାକିରି କରୁଥିଲେ। ୨୦୨୪ର କନଷ୍ଟେବଲ ନିଯୁକ୍ତିରେ ତାଙ୍କର ପିତା ଓ ଶେଖର ଏକାଠି ପରୀକ୍ଷା ଦେଇ ଥିଲେ। ଏହାପରେ ଉଭୟ ପରୀକ୍ଷାରେ ପାସ୍ ହୋଇଥିଲେ। ପିତା ଆର୍ମି ଅର୍ଡିନାନ୍ସ କୋର ଚାକିରିରୁ ରିଜାଇନ ଦେଇ ସାରିଛନ୍ତି।
ଶନିବାର ନିଯୁକ୍ତି ପତ୍ର ଆଣିବାକୁ ଲକ୍ଷ୍ନୌ ଯିବା ପୂର୍ବରୁ ପିତା ପୁତ୍ର ନବୀନ ମଣ୍ଡିରେ ପହଞ୍ଚି ଥିଲେ , ସେଠାରେ ଅନ୍ୟ ପ୍ରାର୍ଥୀଙ୍କ ସହ ତାଙ୍କୁ ଲକ୍ଷ୍ନୌ ଯିବାର ଥିଲା। ସେଠାରେ ଏସପି କୁନଅର ଜ୍ଞାନଞ୍ଜୟ ସିଂହ ବ୍ରିଫିଂ କରିଥିଲେ , ପିତା ପୁତ୍ରଙ୍କ ସହ ଏକାଠି ନିଯୁକ୍ତି ପତ୍ର ଆଣିବାକୁ ଯିବା ପାଇଁ ସୂଚନା ମିଳିଥିଲା। ତାଙ୍କୁ ପଚାରିବାରୁ ପିତା ୟଶପାଲ ନାଗର କହିଥିଲେ କି, ସେ ପ୍ରଥମେ ଆର୍ମି ଅର୍ଡିନେନ୍ସ କୋର୍ରେ ଥିଲେ। ସେଠାରୁ ଅବସର ନେବା ପରେ ୟୁପି ପୁଲିସରେ କନଷ୍ଟେବଲ ପଦ ପାଇଁ ପରୀକ୍ଷା ଦେଇ ପାସ ହୋଇଛନ୍ତି। ପୁଅ ସହ ନିଯୁକ୍ତି ପତ୍ର ନେବାକୁ ଯିବା ଓ ଟ୍ରେନିଂକୁ ଯିବାକୁ ନେଇ ସେ ଖୁବ୍ ଖୁସି ଅଛନ୍ତି। ଏସପି କୁନଅର ଜ୍ଞାନଞ୍ଜୟ ସିଂହ ଉଭୟଙ୍କୁ ଶୁଭେଚ୍ଛା ଦେଇଛନ୍ତି।
ୟଶପାଲ ନାଗରଙ୍କ ପୁଅ ଶେଖର କହିଛନ୍ତି ,ସେ ନିଜ ପିତା ୟଶପାଲଙ୍କ ସହ ଏକାଠି ଲାଇବ୍ରେରୀ ଯାଇ ପଢୁଥିଲେ। ଉଭୟ ପରୀକ୍ଷାକୁ ନେଇ ଖୁବ୍ ପ୍ରସ୍ତୁତି କରିଥିଲେ। ଶେଷରେ ପରିଶ୍ରମ ଓ ନିଷ୍ଠାର ସହ ପ୍ରସ୍ତୁତି କରି ସେ ପାସ୍ ହୋଇଗଲେ। ଏହାସହ ତାଙ୍କର ପିତା ମଧ୍ୟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ସେ କହିଛନ୍ତି ଯେ , ସେ କନଷ୍ଟେବଲ ନିଯୁକ୍ତି ପାଇଁ ପ୍ରସ୍ତୁତି ଅଢେଇ ବର୍ଷ ହେବ କରୁଥିଲେ। ସେଠାରେ ସିଡିଏସ ଓ ଉତ୍ତର ପ୍ରଦେଶ ଇନ୍ସପେକ୍ଟର ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତୁତି କରୁଛନ୍ତି।
ଶେଖର କହିଛନ୍ତି ଯେ, ମାତା ଅନୀତା ଦେବୀ ଜଣେ ଗୃହିଣୀ। ଗୋଟିଏ ଭଉଣୀ ନେହା ନାଗର ପାଠ ପଢୁଛନ୍ତି ଏବଂ ସାନ ଭାଇ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି। ସେ କହିଛନ୍ତି ଯେ, ଆଗକୁ ପରୀକ୍ଷା ନେଇ ପ୍ରସ୍ତୁତି ଜାରି ରହିବ। ଅନ୍ୟପଟେ ବାପା ପୁଅଙ୍କର ଏଭଳି ସଫଳତାରେ ପୁରା ଗ୍ରାମରେ ଆନନ୍ଦର ଲହରୀ । ଦୁହେଁ ( ବାପା ପୁଅ) ଲକ୍ଷ୍ନୌ ଯାଇ ନିଯୁକ୍ତି ପତ୍ର ନେଇଛନ୍ତି ଏବଂ ଏବେ ଦୁହେଁ ଏକାଠି ଟ୍ରେନିଂ ପାଇଁ ଏହି ମାସ ଯିବେ।