ବ୍ୟବସାୟୀଙ୍କ ଅବହେଳାରୁ ଲାଗିଲା ନିଆଁ, ବନ୍ଦ ରହିବ ଏକ ନମ୍ବର ହାଟ- BMC ମେୟର

NEWS7
farooq-abdullah-slams-pakistan-over-dialogue-pahalgam-attack

ଭୁବନେଶ୍ୱର ୨୦।୦୧ : ଲାଗିଲା ନିଆଁ, ପଶିଲା ଚେତା । ଭୁବନେଶ୍ୱର ଏକ ନମ୍ବର ହାଟରେ ନିଆଁ ଲାଗିବା ପରେ ପ୍ରଶାସନର ଚେତା ପଶିଛି । ଆଜି ଗୋଟିଏ ଦିନକ ପାଇଁ ଏକ ନମ୍ବର ହାଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଆବଶ୍ୟକ ପଡେ, ତେବେ ବନ୍ଦ ଅବଧିକୁ ବୃଦ୍ଧି କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କରାଯାଇଛି । କିଛି ଦୋକାନୀ ନିୟମ ମାନୁନାହାନ୍ତି । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା। ଦୋକାନୀମାନେ ଏସଓପି ପାଳନ କରୁନାହାନ୍ତି ।

ସୂଚନାଯୋଗ୍ୟ ଯେ,ସୋମବାର ବିଳମ୍ବିତ ରାତିରେ ୟୁନିଟ -୧ମାର୍କେଟରେ ନିଆଁ ଲାଗି ପ୍ରାୟ ୫୦ରୁ ଅଧିକ ଦୋକାନ ଜଳିଯାଇଛି। ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା। ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । କେହି କିଛି ବୁଝିବା ଆଗରୁ ନିଆଁର କରାଳ ଆଁରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା। ପାଖାପାଖି ୫୦ଟି ଦୋକାନ ଏହି ନିଆଁରେ ଜଳିଯାଇଛି। ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳ ବାହିନୀ ସହ ସେଣ୍ଟ୍ରାଲ୍ ଷ୍ଟ୍ରାଇକ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ।