କଣ୍ଟାବାଞ୍ଜି ୧୪।୮: ଋଣଭାର ସମ୍ଭାଳି ନପାରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ କଣ୍ଡରା ଗାଁର ଦୁର୍ଗା ଭୋଇ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବୁଧବାର ଦିନ ଦୁର୍ଗା ଭୋଇ ବିଷ ପିଇ ଦେଇଥିଲେ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଗୁରୁବାର ଦିନ ଗାଁକୁ ଶବ ପହଞ୍ଚିଲା ପରେ ରାସ୍ତାରେ ଶବ ରଖି ପରିବାର ବର୍ଗ ସମ୍ପର୍କୀୟ ରାସ୍ତା ଅବରୋଧ କରିଥିଲେ । ୧୬ ନମ୍ବର ରାଜ୍ୟ ରାଜପଥ ଖଡ଼ିଆଳ-ଭବାନୀପାଟଣା ରାସ୍ତା ଅବରୋଧ ପରେ ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା । ରାସ୍ତାରୋକରେ ବିଜେଡ଼ି ଜିଲ୍ଲା ସଭାପତି ସରୋଜ ମେହେର, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, କଂଗ୍ରେସ ନେତା ବୀରେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।
You Can Read: