୫ ବର୍ଷ ହେଲା ଖୋଲୁନାହିଁ କୃଷି ବିଭାଗର ଅତିରିକ୍ତ ବିତରଣ କେନ୍ଦ୍ର, ଅଧିକାରୀଙ୍କୁ ଘେରିଲେ ଏକାଧିକ ଚାଷୀ

Published By : Prameya-News7 Bureau | May 06, 2025 IST

ଆନନ୍ଦପୁର ୦୬।୦୫ : ଦୀର୍ଘ ୫ ବର୍ଷ ହେବ ଖୋଲୁନାହିଁ ସ୍ଥାନୀୟ ଅଞ୍ଚଳରେ ଥିବା କୃଷି ବିଭାଗର ଅତିରିକ୍ତ ବିତରଣ କେନ୍ଦ୍ର । ଅଧିକାରୀ କି କର୍ମଚାରୀଙ୍କ ଦେଖା ମଧ୍ୟ ନାହିଁ । ଯାହାଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଶେଷରେ ଅତିରିକ୍ତ ବିତରଣ କେନ୍ଦ୍ର ଖୋଲିବା ଦାବିରେ ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ସାଇଁକୁଳ ଅଞ୍ଚଳର ଚାଷୀମାନେ କୃଷି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହାସହ ତୁରନ୍ତ ଅତିରିକ୍ତ ବିତରଣ କେନ୍ଦ୍ର ଖୋଲିବାକୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପରେ ବାକି ଅତିରିକ୍ତ ବିତରଣ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି କୃଷି ଅଧିକାରୀ । ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କିପରି ସେମାନଙ୍କ ନିକଟରେ ସାର ଓ ବିହନ ପହଞ୍ଚାଇପାରିବ । ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.