ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଦିନରେ ସବୁ ଯୋଜନା ସଫଳ ହେବ, ଘରେ ହସ ଖୁସିର ପରିବେଶ ରହିବ

NEWS7
fake-dsp-arrested-from-rourkela-1-99k-seized

ମେଷ- କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ ଏବଂ ମନ ପ୍ରଫୁଲ୍ଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି। ଦିନଟିକୁ ଅଧିକ ଶୁଭ କରିବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ- ପରିବାର ସହ ଦୂର ସ୍ଥାନକୁ ଭ୍ରମଣରେ ଯିବାର ଯୋଜନା ସଫଳ ହେବ ଏବଂ ଘରେ ହସ ଖୁସିର ପରିବେଶ ରହିବ। ଚାକିରି କ୍ଷେତ୍ରରେ ସ୍ଥିରତା ବଜାୟ ରହିବ କିନ୍ତୁ କାହା ସହିତ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ଘରର ଗୁରୁଜନମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରହିବା ଆବଶ୍ୟକ।

ମିଥୁନ- ବ୍ୟବସାୟ ପାଇଁ ନୂତନ ଚିନ୍ତାଧାରା ମନକୁ ଆସିବ ଯାହା ଭବିଷ୍ୟତରେ ଆପଣଙ୍କୁ ବହୁତ ଲାଭଦାୟକ ହେବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ ଏବଂ କୌଣସି ପ୍ରତିଯୋଗିତାରେ ସଫଳ ହେବାର ଖବର ପାଇବେ। ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ ନଚେତ୍ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ବିଗିଡ଼ି ଯାଇପାରେ।

କର୍କଟ- ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ଅଟକି ରହିଥିବା ଟଙ୍କା ହଠାତ୍ ଫେରିପାଇବାର ଯୋଗ ରହିଛି। ପାରିବାରିକ ସମସ୍ୟାର ସମାଧାନ ହେବ ଏବଂ ଦମ୍ପତିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି ହେବ। ମାନସିକ ଶାନ୍ତି ପାଇଁ ଶିବ ମନ୍ଦିରରେ ଦର୍ଶନ କରନ୍ତୁ।

ସିଂହ- କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ ଯାହା ଆପଣଙ୍କ ନେତୃତ୍ୱ ନେବାର ଦକ୍ଷତାକୁ ପ୍ରମାଣିତ କରିବ। ଅତ୍ୟଧିକ ଆତ୍ମବିଶ୍ୱାସ ଯୋଗୁ କିଛି କାମ ବିଗିଡ଼ି ଯାଇପାରେ। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ।

କନ୍ୟା- କଳା ଏବଂ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସୁନାମ ଅର୍ଜନ କରିବେ ଏବଂ ନୂତନ ସୁଯୋଗ ପାଇବେ। ଘରର ଆସବାବପତ୍ର କ୍ରୟ କିମ୍ବା ମରାମତି ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। ପେଟ ଜନିତ ସମସ୍ୟା ଦେଖାଦେଇପାରେ, ତେଣୁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା- ପ୍ରେମ ଜୀବନରେ ଥିବା ମନାନ୍ତର ଦୂର ହେବ ଏବଂ ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବ ଏବଂ ନୂତନ ପ୍ରକଳ୍ପରେ ସଫଳତା ପାଇବେ। ଦାନ ଧର୍ମ କାର୍ଯ୍ୟରେ ମନ ବଳାନ୍ତୁ, ଏହାଦ୍ୱାରା ମନକୁ ଶାନ୍ତି ମିଳିବ।

ବିଛା- କୌଣସି ପୁରୁଣା ଆଇନଗତ ସମସ୍ୟାର ସମାଧାନ ହୋଇପାରେ ଏବଂ ବ୍ୟବସାୟରେ ଆକସ୍ମିକ ଲାଭ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍ ନିଜର ପ୍ରିୟଜନଙ୍କ ସହ ସମ୍ପର୍କ ଖରାପ ହୋଇପାରେ। ଯାନବାହନ ଚଳାଇବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଜରୁରୀ।

ଧନୁ- ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଲ୍ଲେଖନୀୟ ପ୍ରଗତି କରିବେ ଏବଂ ଗୁରୁଜନଙ୍କ ମାର୍ଗଦର୍ଶନ ପାଇବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମିଳିବ। ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କଲେ ଦିନଟି ଅଧିକ ମଙ୍ଗଳମୟ ହେବ।

ମକର- କଠିନ ପରିଶ୍ରମର ଫଳ ନମିଳିଲେ ମଧ୍ୟ ଭବିଷ୍ୟତରେ ଏହାର ଉତ୍ତମ ପ୍ରଭାବ ଦେଖିବାକୁ ପାଇବେ। ଯାତ୍ରା କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଗରିବ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ, ଏହାଦ୍ୱାରା ଗ୍ରହ ଦୋଷ ଖଣ୍ଡନ ହେବ।

କୁମ୍ଭ- ବୈଷୟିକ କୌଶଳ ବ୍ୟବହାର କରି କର୍ମକ୍ଷେତ୍ରରେ ଜଟିଳ ସମସ୍ୟାର ସମାଧାନ କରିବେ ଏବଂ ଲାଭବାନ ହେବେ। ସେୟାର ବଜାର କିମ୍ବା ନିବେଶରୁ ଉତ୍ତମ ଫଳ ମିଳିବାର ସମ୍ଭାବନା ରହିଛି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଆପଣଙ୍କୁ ପୁରୁଣା ସ୍ମୃତି ମନେ ପକାଇ ଦେବ।

ମୀନ- ସମାଜରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ ଏବଂ ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବଜାୟ ରହିବ। ପାରିବାରିକ କାର୍ଯ୍ୟରେ ସମୟ ବିତାଇବେ ଏବଂ ନୂତନ ଗୃହୋପକରଣ କ୍ରୟ କରିବାର ଯୋଗ ରହିଛି। ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଦିନଟି ଆରମ୍ଭ କଲେ ସମସ୍ତ କାର୍ଯ୍ୟ ସଫଳ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682