LIVE TV

ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ, ବିଜୟା ଦଶମୀରେ ଚାଲିଛି ମା’ଙ୍କ ପୂଜା

NEWS7
fadnavis-sena-leader-raote-to-met-maharastra-governor

ଭୁବନେଶ୍ୱର ୦୨।୧୦ : ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍ ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ବିଭିନ୍ନ ସ୍ଥାନରେ ହେବ ରାବଣପୋଡି ଉତ୍ସବ ପାଳନ ହେବ। ସେଥିପାଇଁ ଦେଶର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣ ପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରରୁ ମୁକ୍ତ କରିଥିଲେ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଦ୍ୱୈତ ନଗରୀରେ ମଧ୍ୟ ରାବଣପୋଡି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଦଶହରାକୁ ନେଇ ଗାଁରୁ ଗହଳି, ମଣ୍ଡପରୁ ପୀଠ ସବୁଠି ଉତ୍ସବ ମୁଖର ।

ସେପଟେ ପୂଜାମଣ୍ଡପରେ ସବୁ ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା' ମହିଷାମର୍ଦ୍ଦିନୀଙ୍କ ପୂଜାର୍ଚ୍ଚନା । ଶଙ୍ଖ, ଘଣ୍ଟ -ଘଣ୍ଟା ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ବିଭିନ୍ନ ମଣ୍ଡପ। ମାଆଙ୍କ ଦିବ୍ୟ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମାଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ଟ୍ବିନ ସିଟିରେ ମୁଖ୍ୟ ଆକର୍ଷଣ ସାଜିଛି ଲାଇଟ ସାଜସଜା । ସବୁଠି ସୁଉଚ୍ଚ ତୋରଣ ମନମୋହୁଛି । ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି । ଦିନ ଅପେକ୍ଷା ରାତିରେ ମେଢ଼ ବୁଲିବାକୁ ଭଲ ପାଉଛନ୍ତି ଲୋକମାନେ। ଏମିତିକି ରାତି ୧୨ ପରେ ମଧ୍ୟ ଲୋକମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି । କିନ୍ତୁ ବର୍ଷା ପାଇଁ କିଛି ମାତ୍ରାରେ ଦଶହରା ବୁଲା ଫିକା ପଡିଥିବା ଦେଖିବାକୁ ମିଳିଛି ।