ଧସିଲା କୋଲାବ ପୋଲ : ଯାତାୟତ ଠପ୍, ଭୟଭୀତ ଲୋକେ

NEWS7
extremely-rare-18-carat-pear-shaped-pink-diamond-sold-for-28-5-million-dollar

ଜୟପୁର ୨୧।୦୨: ଧସିଲା ପୋଲ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପଟ୍ରାଗୁଡ଼ା ଠାରୁ କଲାଗୁଡ଼ାକୁ ସଂଯୋଗ କରୁଥିବା ପୋଲ ଭାଙ୍ଗିଯାଇଛି । ଯାହାଫଳରେ ଉକ୍ତ ରାସ୍ତାରେ ଯାତାୟତ ଠପ ରହିଛି ।

ଏ ଖବର ବି ପଢନ୍ତୁ:- ଟ୍ରକ ପଛରେ ପିଟି ହେଲା କାର୍, ଚାଲିଗଲା ୨ ଜୀବନ

ଖବର ଅନୁଯାୟୀ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପଟ୍ରାଗୁଡ଼ା ଠାରୁ କଲାଗୁଡ଼ାକୁ ସଂଯୋଗ କରୁଛି ଏକ ପୋଲ । ହେଲେ ହଠାତ୍ ଶନିବାର ଦିନ ପୋଲଟି ଦବିଯାଇଛି । କୋଲାବ ନାଳ ଉପରେ ନିର୍ମିତ ପୋଲ ବହୁ ପୁରୁଣା । ରକ୍ଷଣାବେକ୍ଷଣ ଅଭାବରୁ ପୋଲର ଏପରି ଅବସ୍ଥା ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ପୋଲ ଦବିବା ଯୋଗୁ ଉକ୍ତ ରାସ୍ତାରେ ଯାତାୟତ ଠପ୍ ରହିଛି । ପ୍ରଶାସନ ମଧ୍ୟ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛି ।

ଏ ଖବର ବି ପଢନ୍ତୁ:- ୧୧ ବର୍ଷ ପରେ ମହାପ୍ରଭୁଙ୍କ ହାଣ୍ଡି ଭଙ୍ଗା ଯାତ୍ରା, ସେବାୟତ ବିବାଦରୁ ଥିଲା ବନ୍ଦ