ରାୟପୁର ପରାଜୟ ପାଇଁ ଜାଡେଜା ଦାୟୀ ! ଇରଫାନଙ୍କ ଟାର୍ଗେଟରେ ଭାରତୀୟ ଅଲରାଉଣ୍ଡର

NEWS7
experienced-cricketer-mahmudullah-retires-from-one-day-international-

ନୂଆଦିଲ୍ଲୀ, ୦୫ /୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ରାୟପୁର ଦିନିକିଆରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ବଡ ସ୍କୋର କରିଥିଲେ ବି ଏହାକୁ ଡିଫେଣ୍ଡ୍ କରିପାରିନଥିଲେ ଭାରତୀୟ ବୋଲର । ଫଳରେ ୩୫୯ ରନର ବିଜୟ ଲକ୍ଷ୍ୟକୁ ଶେଷ ଓଭରରେ ଚେଜ୍ କରିନେଇଥିଲା ଭ୍ରମଣକାରୀ ଟିମ୍ ।

ଦଳର ପରାଜୟ ପାଇଁ ବୋଲିଂ ଏବଂ ଫିଲ୍ଡିଂ ଅନେକ ମାତ୍ରାରେ ଦାୟୀ । କିନ୍ତୁ ପୂର୍ବତନ ବୋଲର ଇରଫାନ୍ ପଠାନ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଟାର୍ଗେଟ୍ କରିଛନ୍ତି । ଜାଡେଜା ମୁକାବିଲାରେ ୨୭ ବଲରୁ ମାତ୍ର ୨୪ ରନ୍ କରିଥିଲେ । ସେ ବିସ୍ଫୋରକ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ଯାହାକୁ ନେଇ ଖୁସି ନାହାଁନ୍ତି ଇରଫାନ୍ ପଠାନ ।

ଇରଫାନ୍ କହିଛନ୍ତି ଯେ, ଦଳରେ କେବଳ ଗୋଟିଏ ଜିନିଷ ତାଙ୍କୁ ଭଲ ଲାଗିନଥିଲା । ତାହା ହେଉଛି ଜାଡେଜାଙ୍କ ବ୍ୟାଟିଂ । ସେ ୨୭ ବଲରୁ ମାତ୍ର ୨୪ ରନ୍ କରିଥିଲେ । ଖୁବ୍ ଧିର ଗତିରେ ସେ ଖେଳୁଥିଲେ । ଯାହା ଦଳକୁ କିଛି ମାତ୍ରାରେ କଷ୍ଟ ଦେଇଥିବ । ଯଦି ଦଳ ୩୦୦ ରନ୍ କରିସାରିଲାଣି ସେହି ସମୟରେ ସମସ୍ତେ ଅଧିକ ଷ୍ଟ୍ରାଇକ୍ ରେଟ୍ ଉପରେ ଧ୍ୟାନ ଦେବା ଦରକାର । ବେଳେବେଳେ ବ୍ୟାଟରୁ ରନ୍ ବାହାରି ନଥାଏ କିନ୍ତୁ ଜାଡେଜାଙ୍କ ଇନିଂସ ନିଶ୍ଚୟ ଭାବେ ନିରାଶ କରିଛି ।

ସେ ଆହୁରି କହିଛନ୍ତି ଯେ, ଜାଡେଜା ଭଲ ଖେଳିପାରିଥାନ୍ତେ । ସେ ଏକଥା କମେଣ୍ଟ୍ରିରେ ମଧ୍ୟ କହିଛନ୍ତି । ବଲ୍ ଓଦା ହେଲେ ଫିଲ୍ଡିଂ ଟିମ୍ ପାଇଁ ସଙ୍କଟ ବଢିଥାଏ । ଯାହାର ଫାଇଦା ଜାଡେଜା ନେଇପାରିନଥିଲେ । ଦଳ ଯଦି ୩୭୦ ପାଖାପାଖି ସ୍କୋର୍ କରିଥାନ୍ତା ତାହାଲେ ଜିତିବା ସମ୍ଭାବନା ବଢିଯାଇଥାନ୍ତା । କିନ୍ତୁ ଦକ୍ଷିଣ ଆଫ୍ରିକା ଖେଳାଳି ଭଲ ଖେଳିଲେ । ଆରମ୍ଭରୁ ଧିମା ଖେଳିଥିଲେ ମଧ୍ୟ ପରେ ରନ୍ ଗତି ବଢାଇଥିଲେ । ଫଳରେ ଏତେ ବଡ ବିଜୟ ଲକ୍ଷ୍ୟ ହାସଲ କରିପାରିଲେ ବୋଲି କହିଛନ୍ତି ଇରଫାନ୍ ପଠାନ୍ ।