କରଞ୍ଜିଆ ୦୧।୦୨ : ଆକ୍ସନରେ ଅବକାରୀ ବିଭାଗ । ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ଏକାଥରକେ ଚଢାଉ କରୁଛି ଅବକାରୀ ବିଭାଗ । ଏହି ଚଢାଉରେ ଅବକାରୀ ବିଭାଗକୁ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ମିଳିଛି । ଯାହାକୁ ନଷ୍ଟ କରିଛି ଅବକାରୀ ବିଭାଗ ।
ଖବର ଅନୁଯାୟୀ, ଶନିବାର ଅବକାରୀ ବିଭାଗ ଟିମ୍ ପକ୍ଷରୁ ମୟୁରଭଞ୍ଜର ଯଶିପୁର, ସୁକ୍ରୁଳି, କରଞ୍ଜିଆ, ଠାକୁରମୁଣ୍ଡାରେ ଏକକାଳୀନ ଚଢାଉ ହୋଇଥିଲା । ଏହି ଚଢାଉରେ ୫୮୦୦ ଲିଟର ମହୁଲ ପୋଚ କରିବା ସହ ୧୨୦ ଲିଟର ଦେଶୀ ମଦ ଜବତ ହୋଇଛି ।ଯାହାକୁ ପରବର୍ତ୍ତୀ ସମୟରେ ନଷ୍ଟ କରିଛି ଅବକାରୀ ବିଭାଗ । କରଞ୍ଜିଆ ଥାନା ଦରି ନିକଟସ୍ଥ ଜରା ନାଳ ନିକଟରେ ମଦ ରନ୍ଧା ଯାଉଥିବା ସମୟରେ ଚଢ଼ାଉ କରିଛି ଅବକାରୀ ବିଭାଗ । ତେବେ ଚଢ଼ାଉ ସମୟରେ ସମସ୍ତ ମଦ ମାଫିଆ ଫେରାର ହୋଇଯାଇଥିବା ସୂଚନା ଦେଇଛି ଅବକାରୀ ବିଭାଗ ।