ଭୁବନେଶ୍ଵର: ଏଣିକି ମଦ ପରିବହନ କରୁଥିବା ଗାଡ଼ି ଉପରେ ନଜର ରଖିବ ଅବକାରୀ ବିଭାଗ । ଫ୍ୟାକ୍ଟ୍ରିରୁ ବାହାରୁଥିବା ପ୍ରତ୍ୟେକ ଗାଡ଼ି ରିଟେଲ ପଏଣ୍ଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦାରଖ କରାଯିବ । ମଦରେ ଅପମିଶ୍ରଣ ରୋକିବାକୁ ପଦକ୍ଷେପ ନେଇଛନ୍ତି ସରକାର । ରାଜ୍ୟରେ ଥିବା ସମସ୍ତ IMFL ବିକ୍ରୟ କେନ୍ଦ୍ର ଗୁଡ଼ିକୁ GIS ଆପ୍ଲିକେସନ ମାଧ୍ୟମରେ ଚିହ୍ନଟ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ମଦ ଯୋଗାଣକୁ ପୁରା ମନିଟରିଂ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର।
ମଦ ପରିବହନ କରୁଥିବା ଗାଡ଼ି ଉପରେ ରହିବ ଅବକାରୀ ବିଭାଗର ନଜର । ଫ୍ୟାକ୍ଟ୍ରିରୁ ଗାଡ଼ି ବାହାରିବା ଠାରୁ ଆରମ୍ଭ କରି ରିଟେଲ୍ କାଉଣ୍ଟରରେ ପହଞ୍ଚିବା ପର୍ଯ୍ୟନ୍ତ ପୂରା ପ୍ରକ୍ରିୟାର ତଦାରଖ କରାଯିବ । ମଦରେ ଅପମିଶ୍ରଣ ରୋକିବାକୁ ପଦକ୍ଷେପ ନେଇଛନ୍ତି ସରକାର । ରାଜ୍ୟରେ ଥିବା ସମସ୍ତ IMFL ବିକ୍ରୟ କେନ୍ଦ୍ର ଗୁଡ଼ିକୁ GIS ଆପ୍ଲିକେସନ ମାଧ୍ୟମରେ ଚିହ୍ନଟ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ମଦ ଯୋଗାଣକୁ ପୁରା ମନିଟରିଂ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର ।
Also read: ଢେଙ୍କାନାଳ ଏସପି ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ, ଅଳ୍ପକେ ବର୍ତ୍ତିଲା ଜୀବନ
କେବଳ ଏତିକି ନୁହେଁ ରାଜ୍ୟରେ ବେଆଇନ୍ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଚେଷ୍ଟା ଚଳାଇଛନ୍ତି ସରକାର । ଆଗାମୀ ଦିନରେ ନିୟମିତ ଚଢ଼ାଉକୁ ଆହୁରି ତୀବ୍ରତର କରାଯିବ । ଗଳିକନ୍ଦିରେ ଚାଲିଥିବା ଚୋରା ମଦ କାରବାର ଓ ବେଆଇନ୍ ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୋକିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଅବକାରୀ ମନ୍ତ୍ରୀ ।
ସେହିଭଳି ନିଶା ନିବାରଣ ସଚେତନତା ଅଭିଯାନକୁ ଆହୁରି ବ୍ୟାପକ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ରାଜ୍ୟରେ ବେଆଇନ ମଦ କାରବାର ଓ ମଦ ମୃତ୍ୟୁ ରୋକିବାକୁ ହୋଇଛି ଯୋଜନା । ଏଥିପାଇଁ ଖୁବ୍ ଶୀଘ୍ର ନୂଆ ମଦ ନୀତି ଆଣିବେ ସରକାର । ଯେଉଁଥିରେ ଅନେକ ନିୟମ କଡ଼ାକଡ଼ି ହେବ ବୋଲି କୁହାଯାଉଛି ।