ଘନ କୁହୁଡ଼ିରେ ଦେଖାଗଲାନି ରାସ୍ତା : ଡିଭାଇଡରରେ ପିଟିହୋଇ ଓଲଟିଲା ଅଟୋ, ଯାତ୍ରୀଙ୍କୁ ଚାପିଦେଲା ପିକଅପ୍ ଭ୍ୟାନ୍

NEWS7
ex-rbi-governer-dr-raghu-ram-rajan-joins-rahul-gandhi-in-bharat-jodo-yatra-today

ଟାଙ୍ଗୀ ୨୫।୧୨: ଅନୁଗୋଳ ଅଞ୍ଚଳର ୬ ଯୁବକ ଏକ ଅଟୋ ଯୋଗେ ଚିଲିକା ବୁଲିବାକୁ ଯାଉଥିଲେ । ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଇ ନଥିଲା । ଫଳରେ ରୋଡ୍ ଡିଭାଇଡରରେ ପିଟିହୋଇ ଓଲଟି ପଡିଥିଲା ଅଟୋ । ଏତିକିବେଳେ ଅଟୋରୁ ଜଣେ ଯାତ୍ରୀ ରାସ୍ତାରେ ଛିଟିକି ପଡିଥିଲେ । ସେତିକିବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ପିକ୍-ଅପ୍ ଭ୍ୟାନ୍ ଯାତ୍ରୀ ଜଣକୁ ଚାପିଦେଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେଲା । ମୃତକଙ୍କ ପରିଚୟ ମିଳିନାହିଁ ।

ଏପଟେ ଅଟୋରେ ଥିବା ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ଆହତଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ବାଇପାସ୍ ଛକ ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି ।