ବ୍ରହ୍ମପୁର ପୋଲିସ ହାତରେ ଦୁଇ ଦୃର୍ବୃତ୍ତ, ଡକାୟତି ସହ କରୁଥିଲେ ହତ୍ୟା ଯୋଜନା

NEWS7
ex-pakistan-army-chief-qamar-bajwa-verbally-abused-by-afghan-man-in-france

ବ୍ରହ୍ମପୁର: NH-୧୬ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରେ କରୁଥିଲେ ଡକାୟତି ପାଇଁ ପ୍ରସ୍ତୁତି। ପାଖରେ ରଖିଥିଲେ ବୋମା, ଖଣ୍ଡା କାତି, ଭୁଜାଲି ଆଦି ମାରଣାସ୍ତ୍ର। ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ମାତ୍ର ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।

ଗତ ବର୍ଷ ନଭେମ୍ବର ୧୧ ତାରିଖରେ ଘଟିଥିବା ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ପୋଲିସ। ଅଭିଯୁକ୍ତଙ୍କୁ ଗିରଫ ନେଇ ବ୍ରହ୍ମପୁର ଏସପି ଦେଇଥିବା ସୂଚନା ଅନୁସାରେ, ଏମାନେ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବା ଏବଂ ରାମକୃଷ୍ଣ ନଗରର ରାଜୁ ଦୋରାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ମାତ୍ର ପାଟ୍ରୋଲିଂ ବେଳେ ପୋଲିସ ଦେଖି ଛତ୍ରଭଙ୍ଗ ମାରିଥିଲେ।ତେବେ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଏସପି।