News7 Logo

ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ଭାରତର ଭୂମିକା ରହିବ ଗୁରୁତ୍ୱପୂର୍ଣ୍ଣ; ପିଏମ୍ ମୋଦୀଙ୍କ ସହ କଥା ହେଲେ ଇୟୁ ଅଧ୍ୟକ୍ଷ

NEWS7
modi

ନୂଆଦିଲ୍ଲୀ: ଚୀନ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ୟୁରୋପୀୟ ୟୁନିୟନ୍ ଅଧ୍ୟକ୍ଷ ଉର୍ସୁଲା ୱାନ ଡେର୍ ଲେୟେନଙ୍କ ସହ କଥା ହୋଇଛନ୍ତି । ଏହି ଆଲୋଚନାର ସୂଚନା ଦେଇ ଉର୍ସୁଲା କହିଛନ୍ତି, ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଅଟକାଇବାରେ ଭାରତର ଭୂମିତା ଗୁରୁତ୍ୱପୂର୍ଣ୍ଣ । ରୁଷର ଆକ୍ରମକ ଯୁଦ୍ଧକୁ ଶେଷ କରିବା ଓ ଶାନ୍ତି ଦିଗରେ ଏକ ରାସ୍ତା ବାହାର କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଛି । ଏହାଛଡ଼ା ସେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଲଗାତାର ସମ୍ପର୍କରେ ରହିବା ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

ସୋସିଆଲ୍ ମିଡିଆ ପୋଷ୍ଟ ଏକ୍ସରେ ଉର୍ସୁଲା ଲେଖିଛନ୍ତି, 'ଏହି ଯୁଦ୍ଧ ବୈଶ୍ୱିକ ସୁରକ୍ଷା ପାଇଁ ଅତ୍ୟନ୍ତ ହାନିକାରକ ଅଟେ, ଏହା ଦୁନିଆର ଆର୍ଥିକ ସ୍ଥିରତାକୁ ଦୁର୍ବଳ କରୁଛି, ଏଥିପାଇଁ ଏହା ଦୁନିଆର ପାଇଁ କ୍ଷତିକାରକ ଅଟେ ।' ଭାରତ ଓ ୟୁରୋପୀୟ ୟୁନିୟନ ମଧ୍ୟରେ ମଜଭୁତ ସମ୍ପର୍କ କଥା ଉଲ୍ଲେଖ କରି ଲେୟେନ ଲେଖିଛନ୍ତି, 'ଉଭୟ ପକ୍ଷ ଭବିଷ୍ୟତ ଆଡ଼କୁ ଦେଖୁଛନ୍ତି । ଏପରି ସ୍ଥିତିରେ ୨୦୨୬ରେ ଆମେ ଖବୁଶୀଘ୍ର ୟୁରୋପୀୟ ସଂଘ-ଭାରତ ଶିଖର ସମ୍ମିଳନୀରେ ଏକ ମିଳିତ ରଣନୈତିକ ଏଜେଣ୍ଡା ଉପରେ ସହମତି ପାଇଁ ଯୋଜନା ପ୍ରସ୍ତୁତ କରୁଛୁ । ଚଳିତ ବର୍ଷ ଶେଷରେ ମୁକ୍ତ ବାଣିଜ୍ୟ ବୁଝାମଣା ଉପରେ ଆଲୋଚନା ପୂରା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛୁ । ଏଥିପାଇଁ ଆମର ଆଲୋଚନା ଜାରି ରହିଛି ।'

We had the pleasure of speaking with Prime Minister @narendramodi.

We warmly welcome India’s continued engagement with President Zelenskyy.

India has an important role to play in bringing Russia to end its war of aggression and helping create a path towards peace.

This war… pic.twitter.com/ri5Vkep6MQ

— Ursula von der Leyen (@vonderleyen) September 4, 2025

ଉଭୟ ପକ୍ଷ ମଧ୍ୟରେ ମୁକ୍ତ ବାଣିଜ୍ୟ ବୁଝାମଣା ଉପରେ ପହଞ୍ଚିବା ପାଇଁ ଏହା ପିଏମ୍ ମୋଦୀ ଓ ଉର୍ସୁଲାଙ୍କ ମଧ୍ୟରେ ଦ୍ୱିତୀୟ ଆଲୋଚନା । ଫେବ୍ରୁଆରୀରେ ଦୁଇ ନେତା ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବୁଝାମଣାକୁ ଅନ୍ତିମ ରୂପେ ଦେବା ଉପରେ ସହମତି ପ୍ରକାଶ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ଜର୍ମାନୀ ବିଦେଶ ମନ୍ତ୍ରୀ ଜୋହାନ ବେଡଫୁଲ୍ ଭାରତ ଗସ୍ତରେ ଆସିଥିଲେ । ମିଳିତ ସାମ୍ୱାଦିକ ସମ୍ମିଳନୀରେ ଜୟଶଙ୍କର କହିଥିଲେ ଯେ ଭାରତ, ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ବୁଝାମଣାକୁ ନେଇ ଯେଉଁ ଆଲୋଚନା କରୁଛ, ତାହା ଏକ ନିର୍ଣ୍ଣାୟକ ନିଷ୍କର୍ସରେ ପହଞ୍ଚୁଛି । ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ୱର 8ରେ ଉଭୟ ପକ୍ଷ ମଧରେ ଏଫଟିଏକୁ ନେଇ ୧୩ତମ ପର୍ଯ୍ୟାୟ ଆଲୋଚନା ହେବ ।