ବନବିଭାଗକୁ ସଫଳତା: ଦୁଇ ହାତୀ ଦାନ୍ତ ଜବତ, ୧୦ ଗିରଫ

Published By : Prameya-News7 Bureau | May 22, 2024 IST

ରାଉରକେଲା ୨୨/୦୫: ରାଉରକେଲାରେ ବନବିଭାଗକୁ ବଡ ସଫଳତା । ଦୁଇଟି ହାତୀ ଦାନ୍ତ ଜବତ ହେବା ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ଜବତ ଦୁଇ ହାତୀ ଦାନ୍ତ ହେଉଛି ଗୋଟିଏ ୨୪ ଇଞ୍ଚ ଓ ୨୨ ଇଞ୍ଚ । ଏହି ଦୁଇ ଦାନ୍ତର ଆନୁମାନିକ ମୂଲ୍ୟ ହେବ ୪ ଲକ୍ଷ ଟଙ୍କା । 

ରାଉରକେଲା ବନ ବିଭାଗର ସ୍ଵତନ୍ତ୍ର ଟିମ୍ ଏହାକୁ ଜବତ କରିଛି । କେ. ବଲାଙ୍ଗ ଅଞ୍ଚଳରୁ ହାତୀ ଦାନ୍ତ ଜବତ ସହ ଗିରଫ କରିଛି ବନ ବିଭାଗ । ଖବର ପାଇ ବାଙ୍କୀ ଫରେଷ୍ଟ ରେଞ୍ଜ ସେଠାରେ ପହଞ୍ଚିଛି । ଏନେଇ ଅଧିକ ତଦନ୍ତ ଚାଲିଛି । ଆଗକୁ ଏଥିରେ କିଏ କିଏ ସାମିଲ ଅଛନ୍ତି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.