ନିର୍ବାଚନ ପାଇଁ ରାଜନୈତିକ ଦଳର ନୂଆ ରଣକୌଶଳ, କିଏ କର୍ମୀଙ୍କୁ ନେଇ ବୈଠକ କରୁଛି ତ କିଏ ଗ୍ରାଉଣ୍ଡରେ ବୁହାଉଛି ଝାଳ

Published By : Prameya-News7 Bureau | April 13, 2024 IST

ଭଦ୍ରକ ୧୩।୪: ସବୁ ରାଜନୈତିକ ଦଳର ନୂଆ ନୂଆ ରଣ କୌଶଳ । ଭୋଟରଙ୍କ ସହ ଦଳୀୟ ନେତା ଓ କର୍ମୀଙ୍କୁ ମନାଇ ଭୋଟ ସଂଗ୍ରହ କରିବା ଲକ୍ଷ୍ୟରେ ସବୁ ଦଳ । ଭଦ୍ରକ ଜିଲ୍ଲାର ୫ ବିଧାନସଭା ଆସନ ଓ ଲୋକସଭା କ୍ଷେତ୍ର ପାଇଁ ସବୁ ଦଳ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । କିନ୍ତୁ ଏବେଠାରୁ ସବୁ ଦଳ ଅଣ୍ଟା ଭିଡିଛନ୍ତି । 

ବିଜେଡିର ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଳତା ମଣ୍ଡଳ ପ୍ରଚାର ଜାରି ରଖିଛନ୍ତି । ଯଦିଓ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇନାହିଁ କିନ୍ତୁ ଏବେର ସମୟକୁ ହାତ ଛଡା କରିବା ପାଇଁ ଚାହୁଁନାହିଁ ବିଜେଡ଼ି । ତେଣୁ ଭୋଟରଙ୍କୁ ଏକଜୁଟ କରିବା ପାଇଁ ସବୁ ଏବେ ଅଣ୍ଟା ଭିଡିଛନ୍ତି ।

ବିଜେପି ମଧ୍ୟ କିଛି କମରେ ନାହିଁ । ସୁଯୋଗ ଓ ସୁବିଧା ଦେଖି ଗ୍ରାଉଣ୍ଡରେ ତ ପ୍ରଚାର କରୁଛି, କିନ୍ତୁ କର୍ମୀ ଓ ନେତୃତ୍ୱଙ୍କୁ ନେଇ ଘନ ଘନ ବୈଠକ ମଧ୍ୟ କରୁଛନ୍ତି । କାରଣ ବିଜେପି ପ୍ରାର୍ଥୀମାନେ ଏବେ ବ୍ଲକରୁ ପଂଚାୟତ ଓ ଗ୍ରାମାଞ୍ଚଳର ନେତୃତ୍ୱ ମାନଙ୍କୁ ନେଇ ସଂଗଠନ ବଢାଇବା ପାଇଁ ପ୍ରୟାସ କରୁଛନ୍ତି । ତେବେ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ ସତ, କିନ୍ତୁ କେବଳ ଭଣ୍ଡାରିପୋଖରୀ ବ୍ଲକରେ ସବୁ ନେତାଙ୍କୁ ନେଇ ଦବଦବା ଦେଖାଇଛି । କିନ୍ତୁ ଅନ୍ୟ ସବୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଯେମିତି ନୀରବ ରହିଛି ।

You Can Read :

ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ, ୧୪ରୁ ବଢ଼ିବ ତାତି

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.