ବରଗଡ଼ ପୋଲିସକୁ ବଡ଼ ସଫଳତା; ୨୩ ଚୋରି ବାଇକ୍ ସହ ୮ ଚୋର ଗିରଫ

Published By : Prameya-News7 Bureau | April 19, 2025 IST

ବରଗଡ଼: ବରଗଡ଼ ଟାଉନ୍ ଥାନା ପୋଲିସକୁ ବଡ଼ ସଫଳତା । ମୋଟର ସାଇକେଲ୍ ଚୋର ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ । ପ୍ରାୟ ୮ଜଣଙ୍କୁ ପୋଲିସ ଗିରଫ କରିଛି । ଏଥିରେ ମାଷ୍ଟର ମାଇଣ୍ଡ୍ ମଧ୍ୟ ରହିଛି । ସମସ୍ତ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଛି । 


ସୂଚନା ଅନୁଯାୟୀ, ବରଗଡ଼ ବାଇକ୍ ଲୁଟେରା କିଛି ଦିନ ଉତ୍ପାତ ମଚାଇଥିଲେ । ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରି ଏହାକୁ ରାଜ୍ୟ ବାହାରେ ବିକ୍ରି କରୁଥିଲେ । ଚୋରମାନେ ଦିନ ଦ୍ବିପ୍ରହରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ । 


ତେବେ ବରଗଡ଼ ଟାଉନ ଥାନା ପୋଲିସ ଏକ ଟିମ୍ ଗଠନ କରି ଶନିବାର ଏହି ଅନ୍ତଃରାଜ୍ୟ ଲୁଟେରାଙ୍କୁ ଅତି ଚତୁରତାର ସହ ବାନ୍ଧିଛି । ୨୩ ଟି ଚୋରି ମୋଟର ସାଇକେଲ ସହ ୮ଜଣଙ୍କୁ ଗିରଫ କରିଛି । ଏଥିରେ ମାଷ୍ଟର୍ ମାଇଣ୍ଡ ସାମିଲ୍ ରହିଛି । ତେବେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ଟାଉନ ଥାନା ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.