ଭୁବନେଶ୍ବର ୨୪।୭: ମହାନଦୀ ଜଳ ବିବାଦର ସମାଧାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଆଗରୁ ଛତିଶଗଡ଼ ସହ ସମ୍ପର୍କ ନ ଥିଲା । ଏବେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହେଲାଣି । କେତେ ପାଣି କେତେବେଳେ ଛାଡିବେ, କେଉଁ ସମୟରେ କେତେ ପାଣିର ଆବଶ୍ୟକତା ଓ କର୍ଭ ରୁଲ୍ ସମ୍ପର୍କରେ ଛତିଶଗଡ଼ ସହ ଆଲୋଚନା ହୋଇଛି । ଆଗରୁ ଏ ସମ୍ପର୍କିତ ଡାଟା ସେୟାରିଂ ହେଉ ନଥିଲା । ଏବେ ଏସବୁ ହେଲାଣି । କେନ୍ଦ୍ର ଓ ପଡୋଶୀ ରାଜ୍ୟ ସହ ବିଭିନ୍ନ ଆନ୍ତଃ ରାଜ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହେଉଛି । କଥାବାର୍ତ୍ତା ମାଧ୍ୟମରେ କାର୍ଯ୍ୟକୁ ଉନ୍ମୁକ୍ତ କରାଯାଉଛି । ଆନ୍ତଃରାଜ୍ୟ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ଜୋରଦାର ହେଉଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
You Can Read:
ପ୍ରବଳ ବର୍ଷା ସହ ବଜ୍ରପାତରେ ଭାଙ୍ଗିଲା ଘର, କାନ୍ଥ ତଳୁ ମା' ଓ ଶିଶୁ କନ୍ୟା ଉଦ୍ଧାର