LIVE TV

ବିହାରରେ SIR ପରେ ଫାଇନାଲ ଭୋଟଲ ତାଲିକା ପ୍ରକାଶିତ , ଏବେ ବିଧାନସଭା ନିର୍ବାଚନର ତାରିଖକୁ ଅପେକ୍ଷା

NEWS7
Bihar final electoral roll

ପାଟନା : ଭାରତ ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନଜରରେ ରଖି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ନିକଟରେ କରାଯାଇଥିବା ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ (ଏସଆଇଆର) ପରେ ଏହି ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ଫାଇନାଲ ଭୋଟର ତାଲିକାକୁ କମିଶନର ୱେବସାଇଟ୍‌ରେ ପ୍ରକାଶିତ କରାଯାଇଛି। ଏହି ଆଧାରରେ ବିହାରରେ ବିଧାନସଭା ନିର୍ବାଚନ ହେବ। କମିଶନ ୬ ଅକ୍ଟୋବର ପରେ କେବେ ବି ବିହାର ନିର୍ବାଚନର ତାରିଖର ଘୋଷଣ କରି ପାରେ।

ବିହାରର ମୁଖ୍ୟ ନିର୍ବାଚନ ପଦାଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ (ଏସଆଇଆର) ଅନୁସାରେ ୩୦ ସେପ୍ଟେମ୍ୱରରେ ଅନ୍ତିମ ମତଦାତା ତାଲିକାର ପ୍ରକାଶିତ କରାଯାଇଛି। କେହି ବି ମତଦାତା ନିର୍ବାଚନ କମିଶନର ଅଫିସିଆଲି ୱେବସାଇଟ୍‌ http://voters.eci.gov.in/କୁ ଯାଇ ମତଦାତା ତାଲିକାରେ ନିଜର ନାଁର ବିବରଣୀ ଦେଖି ପାରିବେ।

କୁହାଯାଇଛି ଯେ, ପ୍ରକାଶିତ ମତଦାତା ତାଲିକାରେ ବିହାରର ୭.୨୪ କୋଟିରୁ ଅଧିକ ମତଦାତା ଅଛନ୍ତି। ଏତେ ସଂଖ୍ୟକ ମତଦାତାଙ୍କ ପକ୍ଷରୁ ନିଜର ଗଣନା ଫର୍ମ ଭରି ଜମା କରାଯାଇ ଥିଲା। ଏହି ସମୟରେ ଦାବି-ଆପତ୍ତି ବେଳେ ୧୬ ଲକ୍ଷ ୫୮ ହଜାର ୮୮୬ ଯୋଗ୍ୟ ନାଗରିକ ଫର୍ମ-୬ ଭରି ଦାଖଲ କରିଛନ୍ତି। ନିର୍ବାଚନ କମିଶନ ଅନୁସାରେ , ୩୬,୪୭୫ ଜଣ ମତଦାତାଙ୍କ ନାମ ଯୋଡ଼ିବା ପାଇଁ ଦାବି ଦାଖଲ କରିଥିବା ବେଳେ ୨,୧୭,୦୪୯ ମତଦାତା ନାମ ହଟାଇବା ପାଇଁ ଆବେଦନ କରିଛନ୍ତି। ହେଲେ ଫାଇନାଲ ଭୋଟର ତାଲିକାରେ ଭୋଟଙ୍କ ମୋଟ ସଂଖ୍ୟାର ସୂଚନା ଏବେ ସ୍ପଷ୍ଟ ହୋଇ ପାରି ନାହିଁ।,

ଅନ୍ୟପଟେ , ରାଜ୍ୟର ପାଖାପାଖି ତିନି ଲକ୍ଷ ଭୋଟରଙ୍କୁ ଆବଶ୍ୟକ କାଗଜପତ୍ର ଦାଖଲ ନକରିବା ପାଇ ଜବାବ ମାଗିବାକୁ ନୋଟିସ୍‌ ପଠାଯାଇ ଥିଲା। ଅନ୍ତିମ ରୂପେ ପ୍ରକାଶିକ ଭୋଟର ତାଲିକାରେ ଏସଆଇଆର ବେଳେ ମୃତକ , ସ୍ଥାନାନ୍ତରିତ ଏବଂ ଡୁପ୍ଲିକେଟ୍‌ ଭୋଟରଙ୍କ ନାମକୁ ବାଦ୍‌ ଦିଆ ଯାଇଛି।