ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଭୋଟ୍ ଚୋରି ଓ SIR ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ରବିବାର ସାମ୍ୱାଦିକ ସମ୍ମିଳନୀ କରି ଜବାବ ରଖିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି, ଆମ ପାଇଁ କେହି ପକ୍ଷ କି ବିପକ୍ଷ ନୁହନ୍ତି, ବରଂ ସମସ୍ତେ ସମକକ୍ଷ । ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କଂଗ୍ରେସର ଦ୍ୱାରା ଅଣାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ସିଇସି କହିଛନ୍ତି, ଯେକୌଣସି ଅଭିଯୋଗ ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାର ସବୁବେଳେ ଖୋଲା ରହିଛି । ତ୍ରୁଣମୂଳ ସ୍ତରରେ ସବୁ ଭୋଟର, ସବୁ ରାଜନୈତିକ ଦଳ ଓ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ମିଶି ପାରଦର୍ଶୀ ପ୍ରକ୍ରିୟାରେ କାମ କରୁଛନ୍ତି । ଘୋଷଣାପତ୍ର ଦେଉଛନ୍ତି, ଦସ୍ତଖତ କରୁଛନ୍ତି ଓ ଭିଡିଓ ପ୍ରଶଂସାପତ୍ର ବି ଦେଉଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି, ଭୋଟ୍ ଚୋରି ପରି ଶବ୍ଦ ବ୍ୟବହାର କରିବା ସମ୍ପୂର୍ଣ୍ଣ ଭୁଲ ଓ ଏପରି ମାମଲାରେ କୋର୍ଟରେ ଆବେଦନ ଦାଖଲ କରାଯିବା ଦରକାର ଥିଲା । ସେ କହିଛନ୍ତି, ଭୋଟର୍ସଙ୍କ ଫଟୋ, ନାଁ ଓ ପରିଚୟ ସାର୍ବଜନୀନ ରୂପେ ଦେଖାଯାଇଛି, ଯାହା ଆଦୌ ଠିକ୍ ନୁହେଁ ।
ଜ୍ଞାନେଶ କୁମାର କହିଛନ୍ତି, ଏହା ଚିନ୍ତାର ବିଷୟ ଯେ ରାଜନୈତିକ ଦଳର ଜିଲ୍ଲା ଅଧ୍ୟକ୍ଷ ଓ ସେମାନଙ୍କ ଦ୍ୱାରା ନିଯୁକ୍ତ ବିଏଲଓଙ୍କ ସତ୍ୟପାଠ ଦସ୍ତାବିଜ, ପ୍ରଶଂସାପତ୍ର ସେମାନଙ୍କ ରାଷ୍ଟ୍ରୀୟ ନେତାଙ୍କ ପାଖରେ ପହଞ୍ଚିପାରୁ ନାହିଁ । କିମ୍ୱା ସେମାନେ ତ୍ରୁମଣୂଳ ସ୍ତରର ବାସ୍ତବିକତାକୁ ଅଣଦେଖା କରି ଭ୍ରମ ପ୍ରସାର କରିବା ପାଉଁ ଉଦ୍ୟମ କରୁଛନ୍ତି । ସିଇସି କହିଛନ୍ତି ଯେ ବାସ୍ତବ କଥା ହେଉଛି ପ୍ରତିଟି ପର୍ଯ୍ୟାୟରେ ସବୁ ପକ୍ଷ ବିହାରର SIRକୁ ସଫଳ କରାଇବା ପାଇଁ ପ୍ରତିବଦ୍ଧ, ଉଦ୍ୟମରତ ଅଛନ୍ତି । ଯେତେବେଳେ ବିହାରର ସାତ କୋଟିରୁ ଅଧିକ ମତଦାତା ନିର୍ବାଚନ ଆୟୋଗଙ୍କ ସହ ଛିଡା ହୋଇଛନ୍ତି, ସେତେବେଳେ ନିର୍ବାଚନ ଆୟୋଗ କିମ୍ୱା ଭୋଟରଙ୍କ ବିଶ୍ୱସନୀୟତା ଉପରେ କୌଣସି ପ୍ରଶ୍ନ ଲଗାଯାଇପାରିବ ନାହିଁ ।
#WATCH | Delhi: Chief Election Commissioner Gyanesh Kumar says, "We saw a few days ago that photos of many voters were presented to the media without their permission. Allegations were made against them, they were used. Should the Election Commission share the CCTV videos of any… pic.twitter.com/WcOIBTSBMS
— ANI (@ANI) August 17, 2025
ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି, ବିନା ଅନୁମତିରେ ଭୋଟରଙ୍କ ଫଟୋ ମିଡିଆ ସାମାନରେ କିଛି ଦିନ ପୂର୍ବେ ରଖାଯାଇଥିବା ଆମ ନଜରକୁ ଆସିଥିଲା । ସେମାନଙ୍କ ଉପରେ ଅଭିଯୋଗ ଲଦାଗଲା । ସେମାନଙ୍କୁ ବ୍ୟବହାର କରାଗଲା । ନିର୍ବାଚନ କମିଶନ କ'ଣ କୌଣସି ଭୋଟରଙ୍କ ସିସିଟିଭି ଭିଡିଓ ସେୟାର କରିବେ, ସେ ତାଙ୍କ ମାଆ, ବୋହୂ, ଝିଅ ହୁଅନ୍ତୁ ? କେବଳ ଯେଉଁମାନଙ୍କର ନାମ ଭୋଟର ତାଲିକାରେ ଅଛି ସେମାନେ ହିଁ ନିଜ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ୍ ଦେଇଥାନ୍ତି।'
ଜ୍ଞାନେଶ କୁମାର କହିଛନ୍ତି, ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ଏକ କୋଟିରୁ ଅଧିକ କର୍ମଚାରୀ, ୧୦ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ, ପ୍ରାର୍ଥୀଙ୍କ ୨୦ ଲକ୍ଷରୁ ଅଧିକ ପୋଲିଂ ଏଜେଣ୍ଟ କାମ କରନ୍ତି । ଏତେ ସବୁ ଲୋକଙ୍କ ସାମନାରେ ଏତେ ପାରଦର୍ଶୀ ପ୍ରକ୍ରିୟାରେ କଣ କେହି ଭୋଟ ଚୋରି କରିପାରିବ ।
#WATCH | Delhi: Chief Election Commissioner Gyanesh Kumar says, "Some voters alleged double voting. When asked for proof, no answer was given. Neither the Election Commission nor any voter is afraid of such false allegations. When politics is being done by targeting the voters of… pic.twitter.com/EeFKI9ustg
— ANI (@ANI) August 17, 2025
ସେ କହିଛନ୍ତି, କିଛି ନେତା ଡବଲ୍ ଭୋଟିଂର ଅଭିଯୋଗ କରୁଛନ୍ତି । ଯେତେବେଳେ ପ୍ରମାଣ ମଗାଯାଉଛି, ସେତେବେଳେ କୌଣସି ଜବବା ମିଳେ ନାହିଁ । ଏପରି ମିଛ ଅଭିଯୋଗରେ ନା ନିର୍ବାଚନ ଆୟୋଗ, ନା ମତଦାତା କେହିବି ଡରନ୍ତି ନାହିଁ । ନିର୍ବାଚନ ଆୟୋଗଙ୍କ କାନ୍ଧରେ ବନ୍ଧୁକ ରଖି ଭାରତର ମତଦାତାଙ୍କୁ ଟାର୍ଗେଟ୍ କରିବାର ରାଜନୀତି କରାଯାଉଛି । ନିର୍ବାଚନ ଆୟୋଗ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିନା କୌଣସି ଭୟ, ପକ୍ଷପାତରେ ଗରିବ, ଧନୀ, ବୟସ୍କ, ମହିଳା, ଯୁବ ସବୁ ବର୍ଗ ଓ ସବୁ ଧର୍ମର ମତଦାତାଙ୍କ ସହ ଦୃଢତାର ସହ ଥିଲୁ, ଅଛୁ ଓ ରହିବୁ ।
#WATCH | Delhi: Chief Election Commissioner Gyanesh Kumar says, "...The three Election Commissioners will decide when the exercise of SIR will be carried out in West Bengal or other states" pic.twitter.com/9oHLuw4r5H
— ANI (@ANI) August 17, 2025
ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ପଶ୍ଚିମବଙ୍ଗରେ SIR ତାରିଖ ଉପରେ ସଠିକ୍ ସମୟରେ ନିଷ୍ପତ୍ତି ନିଆଯିବ । ସେ ପଶ୍ଚିମବଙ୍ଗ ହେଉ ଅବା ଦେଶର ଅନ୍ୟ କୌଣସି ରାଜ୍ୟ, ଆଗାମୀ ଦିନ ଏଥିପାଇଁ ତିନି ନିର୍ବାଚନ କମିଶନ ମିଶି ତାରିଖ ଘୋଷଣା କରିବେ ।