News7 Logo

ଭୂକମ୍ପ ଝଟକାରେ ବଙ୍ଗଳାରୁ ଭୂଟାନ ଯାଏ ଥରିଲା ମାଟି, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୮

NEWS7
-

ନୂଆଦିଲ୍ଲୀ –ପୂର୍ବୋତ୍ତର ଭାରତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆସାମ ସରକାରଙ୍କ ଅଧିକାରୀମାନେ କହିଛନ୍ତି ଯେ, ରବିବାର କିଛି ଭାଗରେ ୫.୮ ତୀବ୍ରତା ସହ ଭୂକମ୍ପ ଝଟକା ଅନୁଭବ ହୋଇଛି। ହେଲେ ଏବେ ସୁଦ୍ଧା କୌଣସି ବି ପ୍ରକାରର ଧନଜୀବନ କ୍ଷୟକ୍ଷତିର ଖବର ଆସି ନାହିଁ। ଅଧିକାରୀଙ୍କ ମୁତାବିକ , ଏହି ଭୂକମ୍ପ ସନ୍ଧ୍ୟା ପାଖାପାଖି ୪ଟା ୪୧ ମିନିଟ୍‌ରେ ହୋଇଥିଲା। ଏହାର କେନ୍ଦ୍ର ଉଦଲଗୁରୀ ଜିଲ୍ଲାରେ ଭୂପୃଷ୍ଠରୁ ୫କିଲୋମିଟରର ଗଭୀରତାରେ ଥିଲା।

ଭୂକମ୍ପର ଝଟକା ଅନୁଭୂତ ହେବା ପରେ ଆସାମବାସୀ ସୋସିଆଲ ମିଡ଼ିଆରେ ନିଜର ଅନୁଭବ ସେୟାର କରିଛନ୍ତି। ଆପଣଙ୍କୁ କହି ରଖୁଛୁ କି , କିଛି ଦିନ ପୂର୍ବେ, ଆସାମର ସୋନିତପୁରରେ ୩.୨ ର ତୀବ୍ରତାର ଭୂକମ୍ପ ଆସିଥିଲା। ଆସାମର ଅଞ୍ଚଳ ଭୂକମ୍ପ ସମ୍ୱେଦନଶୀଳ ଅଞ୍ଚଳରେ ଆସିଥାଏ। ଏହା ପୂର୍ବୀୟ ହିମାଳୟ ପର୍ବତମାଳାରେ ୟୁରେସିଆନ ଓ ସୁଣ୍ଡା ପ୍ଲେଟ୍‌ର କୋଲିଜନ ପଏଣ୍ଟରେ ରହିଛି।

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ସୋସିଆଲ ମିଡ଼ିଆ ସାଇଟ୍‌ ଏକ୍ସରେ ଏହାର ସୂଚନା ଦେଇ ଲେଖିଛନ୍ତି ଯେ, ଏବେସୁଦ୍ଧା କୌଣସି ବି ବଡ଼ ଘଟଣାର ସୂଚନା ମିଳି ନାହିଁ। ସେ ଲଗାତାର ସ୍ଥିତିର ସୂଚନା ହାସଲ କରୁଛନ୍ତି। ଅନ୍ୟପଟେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଲେଖିଛନ୍ତି,ଆସାମରେ ବଡ ଭୂକମ୍ପ ଆସିଛି, ମୁଁ ସବୁ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି।
​​​​​​​