LIVE TV

ନିଶାରେ ଚୁର୍ ମହିଳା ଯାତ୍ରୀ ସବୁ ସୀମା ପାର୍ କରି ଗଲେ , ଏୟାରହୋଷ୍ଟେସଙ୍କ ସହ କଲେ ଏମିତି କାମ

NEWS7
Salt Lake City Airport

ନୂଆଦିଲ୍ଲୀ – ସଲ୍ଟ ଲେକ୍‌ ସିଟି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଜଣେ ମହିଳା ଯାତ୍ରୀଙ୍କୁ ହେପାଜତକୁ ନିଆଯାଇଛି। ତାଙ୍କ ନାଁରେ ଡେଲ୍ଟା ଏୟାରଲାଇନ୍ସରଏୟାର ହୋଷ୍ଟେସଙ୍କ ସହ ଦୁର୍ବ୍ୟବହାର ଓ ହମଲା କରିବାର ଅଭିଯୋଗ ହୋଇଛି। ନ୍ୟୁୟର୍କ ପୋଷ୍ଟର ଖବର ଅନୁସାରେ , ଅଧିକାରୀମାନେ କହିଛନ୍ତି ଯେ, ଏହି ମହିଳା ଡେଲ୍ଟା ଏୟାରଲାଇନ୍ସର ଜଣେ କର୍ମଚାରୀଙ୍କ ସହ ଅନେକ ଲୋକଙ୍କୁ ଆକ୍ରମଣ କରିଥିଲେ, ଏହାପରେ ତାଙ୍କୁ ଏୟାରପୋର୍ଟରୁ ଗିରଫ କରି ନିଆ ଯାଇଛି। କୋର୍ଟ କାଗଜପତ୍ରରୁ ଏହା ସ୍ପଷ୍ଟ ହୁଏ ଯେ, ୩୧ ବର୍ଷିୟା କୋଡି ସିଏରା ମେରି ବ୍ରାୟନଙ୍କ ଉପରେ ୨ ଅକ୍ଟୋବର (ବୁଧବାର) ର ଏହି ଘଟଣା ପରେ ଯୌନ ନିର୍ଯାତନା , ମାରପିଟି ଓ ସାର୍ବଜନିକ ସ୍ଥାନରେ ନିଶାସକ୍ତ ଭାବେ ଉପଦ୍ରବ ବ୍ୟାପିବାର  ଅଭିଯୋଗ ହୋଇଛି।

କୋଡି ସିଏରା ମେରୀ ବ୍ରାୟନ ଜମେ ୩୧ ବର୍ଷିୟା ମହିଳା , ଯାହାକୁ ସଲ୍ଟ ଲେକ୍‌ ସିଟିରୁ ପୋର୍ଟଲ୍ୟାଣ୍ଡ , ଓରେଗନ ଯାଉଥିବା ଡେଲଟା ଏୟାରଲାଇନ୍ସର ଫ୍ଲାଇଟ୍‌ରେ ହଙ୍ଗାମା କରିବା ଯୋଗୁଁ ଗିରଫ କରାଯାଇଛି। ତାଙ୍କ ଉପରେ ମୁଖ୍ୟତଃ ଯୌନ ନିର୍ଯାତନା , ଶାରୀରିକ ଆକ୍ରମଣ ଓ ନିଶାସକ୍ତ ଭାବେ ସାର୍ବଜନିକ ହଙ୍ଗାମା କରିବାର ଅଭିଯୋଗ ହୋଇଛି। ପୁଲିସ ଅନୁସାରେ , ଏହି ଝଗଡ଼ା ସେତେବେଳେ ଆରମ୍ଭ ହେଲା , ଯେବେ ବ୍ରାୟନ ଫ୍ଲାଇଟ୍‌ରେ ବସିଥିଲେ। ଫ୍ଲାଇଟ୍‌ ଆଣ୍ଟେଣ୍ଡେଟ୍‌ ତାଙ୍କୁ ବାରମ୍ୱାର ରାସ୍ତାକୁ ହଟିବାକୁ କହିଥିଲେ, କିନ୍ତୁ ସେ ମନା କରି ଦେଇ ଥିଲେ। ଶେଷରେ ସେ ହିଟିଲେ ସତ ହେଲେ ଜାଣିଶୁଣି ତାଙ୍କର କାନ୍ଧକୁ ଜଣେ ଡେଲ୍ଟା କର୍ମଚାରୀଙ୍କ ଉପରେ ରଖି ଦେଲେ , ଯେଉଁଥିରେ ସେହି କର୍ମଚାରୀ ପଛରୁ ଖସି ପଡ଼ିଲେ ଏବଂ ସିଟ୍‌ରେ ମାଡ଼ ହୋଇଗଲେ।

ଏହାପରେ ପାଇଲଟ ତାଙ୍କୁ ବିମାନରୁ ଓହ୍ଲାଇବାକୁ କଡ଼ା ନିର୍ଦ୍ଦେଶ ଦେଲେ। ଯେବେ ତାଙ୍କୁ ପ୍ଲେନ୍‌ରୁ ତଳକୁ ଓହ୍ଲାଇ ଦିଆଗଲା , ତ ବ୍ରାୟନ ଟର୍ମିନାଲ ର ସୁରକ୍ଷିତ ଅଞ୍ଚଳରେ ପଶିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ପୁଲିସର କହିବାନୁସାରେ ,ତାଙ୍କୁ ରୋକିବା ବେଳେ ଜଣେ ମହିଳା କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ସେ କର୍ମଚାରୀଙ୍କ ବେକକୁ ଧରିଥିଲେ, ମୁଣ୍ଡକୁ ତଳକୁ କରିଦେଲେ , ତାଙ୍କର କେଶ ଟାଣି ଦେଲେ। ବୟାନ ଅନୁସାରେ , କର୍ମଚାରୀଙ୍କୁ ଛାଡ଼ିବା ପରେ ବ୍ରାୟନ ପୁଣି ଫେରିଥିଲେ ଏବଂ କଥିତ ଭାବେ ଜଣେ ଏୟାର ହୋଷ୍ଟେସଙ୍କୁ ଭୁଲ୍‌ ଉପାୟରେ ଧରିଥିଲେ ଏବଂ ଧମକ ଦେଇ କହିଥିଲେ – ଯଦି ମୁଁ ତୁମକୁ କେବେ ଏକୁଟିଆ ଧରେ ତ , ଦେଖିବ।

ପୁଲିସ ମୁତାବିକ , ଏହାପରେ ବ୍ରାୟନ ବାହାରକୁ ଫେରାର ହେବାକୁ ଚେଷ୍ଟା କରିବାକୁ ଲାଗିଲେ ଏବଂ ଅନ୍ୟ କୌଣସି ଏୟାରଲାଇନରୁ ନୂଆ ଫ୍ଲାଇଟ୍‌ ବୁକ୍‌ କରାଇବାକୁ ପ୍ରୟାସ କରିଥିଲେ। ହାତକଡ଼ି ପକାଇବାକୁ ବିରୋଧ କରିବାରୁ ଅଧିକାରୀମାନେ ତାଙ୍କୁ ଧରି ଗିରଫ କରି ନେଇଥିଲେ।