ଭୁବନେଶ୍ବର ପରେ କଟକରେ ମେଡିସିନ ଦୋକାନରେ ଚଢ଼ାଉ, ଛାନଭିନ୍ କରୁଛି ଡ୍ରଗ୍ସ କଣ୍ଟ୍ରୋଲ

Published By : Prameya-News7 Bureau | June 10, 2025 IST

କଟକ ୧୦ରାଜଧାନୀ ଭୁବନେଶ୍ବର ପରେ କଟକର ଔଷଧ ଦୋକାନରେ ଚଢାଉ । ପେଟ ଭିତରେ ଶିଶୁ ମାନଙ୍କୁ ହତ୍ୟା କରିବା ପାଇଁ ସହଯୋଗ କରୁଥିବା ଅସାଧୁ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି । ନୂଆ ଜୀବନ ଆସିବା ଆଗରୁ ନୃଶଂସ ଭାବରେ ମାରି ଦେଉଛନ୍ତି । ସେଥିପାଇଁ ମେଡିସିନ ଦୋକାନରେ ମିଳୁଥିବା ଗର୍ଭପାତ କିଟ୍ ଓ ଗର୍ଭ ନଷ୍ଟ ଔଷଧର ସହାୟତା ନେଉଛନ୍ତି । କଟକରେ ବେଆଇନ ଗର୍ଭପାତ ଔଷଧ ବିକ୍ରି ହେଉଥିବା ଅଭିଯୋଗ ନେଇ ଚଢାଉ କରିଛି ଡ୍ରଗ୍ସ କଣ୍ଟ୍ରୋଲ ଟିମ୍ । ନାମିଦାମୀ କମ୍ପାନୀ ନାଁରେ ବିକ୍ରି ହେଉଛି ମେଡିସିନ । ଅଭିଯୋଗ ପରେ କଟକ ରାଣୀହାଟର ବିଭିନ୍ନ ମେଡିସିନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ  ଅବକାରୀ ବିଭାଗର ଟିମ୍ ମିଳିତ ଚଢାଉ କରିଛି । ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ ଏହି ଗର୍ଭପାତ କିଟ୍ ବିକ୍ରି ହେଉଛି ।

ଚଢାଉ ବେଳେ ବିପୁଳ ପରିମାଣର ଗର୍ଭପାତ କିଟ୍ ଜବତ ହୋଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଏହି କିଟ୍ ବ୍ୟବହାର କରିବ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ ଡ୍ରଗ୍ସ ସ୍କ୍ବାଡ୍ ପକ୍ଷରୁ ଚଢାଉ କରାଯାଇଥିବା ବେଳେ କୌଣସି ଦୋକାନ ସିଲ୍ କରାଯାଇନାହିଁ । ଚଢାଉ ହୋଇଥିବା ଦୋକାନରେ କେତେ ପରିମାଣର ଏହି ଗର୍ଭ ନଷ୍ଟ କିଟ୍ କିଣା ହୋଇଛି କେତେ ବିକ୍ରି ହୋଇଛି ତାର ରେକର୍ଡ ଯାଞ୍ଚ କରିଛି ବିଭାଗ । ସେପଟେ ଔଷଧ ଦୋକାନରେ କେତେ ନିଶା କଫ୍ ସିରପ୍ ଅଛି ଆଉ ବିକ୍ରି ହେଉଛି ସେ ନେଇ ଯାଞ୍ଚ କରିଛି ଅବକାରୀ ବିଭାଗ ।

ସେପଟେ ଔଷଧ ଦୋକାନୀଙ୍କ କହିବା କଥା ଡ୍ରଗ୍ସ କଣ୍ଟ୍ରୋଲ ନିୟମ ଅନୁଯାୟୀ ଆମେ ଔଷଧ ବିକ୍ରି କରୁଛୁ । କୌଣସି ବେଆଇନ ଭାବେ ଏହି ଔଷଧ ବା କିଟ୍‌କୁ ବିକ୍ରି କରାଯାଉନାହିଁ । ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁସାରେ ଲୋକଙ୍କୁ ଔଷଧ ବିକ୍ରି କରାଯାଉଛି । ଯେତିକି ଔଷଧ କିଣାଯାଉଛି ସେହି ଅନୁସାରେ ବିକ୍ରି କରାଯିବାର ତଥ୍ୟ ରଖାଯାଉଛି । ଏଥିସହ କୌଣସି ନିଶା କଫ୍ ସିରପ୍ ଲୋକ ମାନଙ୍କୁ ବିକ୍ରି କରାଯାଉନାହିଁ ।

You Can Read:

ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗଦେଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.